ସ୍ତ୍ରୀର ପରକୀୟା ପ୍ରୀତି ସଂସାର ଭସାଇ ଦେଲା

() ଗାଙ୍ଗପୁର ଥାନା ବଡ଼ ବୋରିସିଙ୍ଗ ଗାଁରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁ ବିଦ୍ୟାଳୟ ପଡ଼ିଆରେ ବିଷ ଖାଇ ଦେଲେ ସ୍ୱାମୀ, ସ୍ତ୍ରୀ । ସ୍ୱାମୀ ବଳରାମ ବିଷୋଇ ମୃତ ହୋଇଥିବା ବେଳେ ସ୍ତ୍ରୀ ସନ୍ତୋଶିନୀ ଗୁରୁତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଟିପୋର୍ଟ ଅନୁଯାୟୀ ସ୍ୱାମୀ ସୁରଟରେ ଦାଦନ ଭାବେ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ପଡ଼ୋଷୀ ସହ ଅନୈତିକ ସମ୍ପର୍କ ରଖି ଆସୁଥିଲା ।

ଏପରି କି କିଛି ମାସ ପୂର୍ବରୁ ସ୍ତ୍ରୀ ଅନ୍ୟ ଏକ ଯୁବକ ସହ କେଉଁ ଆଡ଼େ ଫେରାର ହୋଇ ଯାଇଥିଲା । ଗ୍ରାମବାସୀ ବୁଝାସୁଝା କରିବା ପରେ ସ୍ତ୍ରୀ ଘରକୁ ଫେରିଥିଲା । ମାତ୍ର ସ୍ୱାମୀଙ୍କୁ ଏକଥା ଅଗୋଚର ଥିଲା । ସୁରଟରୁ ଘରକୁ ଫେରିବା ଏକ କଥା ଶୁଣିବାକୁ ପାଇଥିଲା । ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ଶେଷରେ ଉଭୟ ଚରମ ଚିଷ୍ପତି ନେଇ ଆତ୍ମହତ୍ୟାର ରାସ୍ତା ଅପଣାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ସ୍ୱାମୀର ମୃତ ହେବ ଜବତ କରିବା ସହ ସ୍ତ୍ରୀକୁ ଗୁରୁତ ଅବସ୍ଥାରେ ମେଡ଼ିକାଲ ପଠାଇଛି । ଯାହାକୁ ନେଇ ମୃତକର ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଭଂଜନଗରରୁ ନଚିକେତା ପ୍ରଧାନଙ୍କ ରିପୋର୍ଟ ଅଫତାବ ନ୍ୟୁଜ୍ ।

Share this…
Share on Facebook

Facebook