ଯାତ୍ରୀବାହୀ ବସ ଦୁର୍ଘଟଣା;ଏକାଧିକ ଆହତ

ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ , କଲିକତା ରୁ ଭୁବନେଶ୍ୱର ଯାଉଥିବା ବେଳେ ରାସ୍ତା କଡକୁ ଟଳି ପଡିଲା ବସ । 16 ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଜଗାକାଳିଆ ନାମକ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇ ପଡିଛି । ବସଟି କଲିକତାରୁ ଭୁବନେଶ୍ୱର ଯାଉଥିବା ସୂଚନା ମିଳିଛି ।

ତେବେ ଏହି ଦୁର୍ଘଟଣାରେ 20 ରୁ 25 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ 5 ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣା ଦେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ ରାଜପଥ ସମ୍ପ୍ରସାରଣ ବେଳେ ରାସ୍ତା କାମ ପାଇଁ ଦୁର୍ଘଟଣା ଘଟିଛି ।

Share this…
Share on Facebook

Facebook