ରାଜ୍ୟପାଳ ରାମ ମନ୍ଦିର ପ୍ରତିଷ୍ଠା ଲାଗି ବଣ୍ତାଘାଟିର ସୀତାକୁଣ୍ତ ର ପାଣି ଉଠାଇଲେ

ମାଲକାନଗିରି: ଆଦିମ ବଣ୍ଡା ଘାଟିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ବଣ୍ତାଘାଟିର ସୀତାକୁଣ୍ତରୁ ପାଣି ଉଠାଇଲେ ରାଜ୍ୟପାଳ । ମାଲକାନଗିରି ଜିଲା ବଣ୍ତାଘାଟି ଗସ୍ତରେ ଆସି ମହାମହିମା ରାଜ୍ୟପାଳ ସୀତାକୁଣ୍ତ ରୁ ପାଣି ଉଠାଇ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା କରିଛନ୍ତି । କଡା ସୁରକ୍ଷା ଭିତରେ ରାଜ୍ୟପାଳ ବଣ୍ତାଘାଟିରେ ହେଲିକେପ୍ଟର ଯୋଗେ ପହଞ୍ଚିଥିଲେ । ପରେ ତାଙ୍କୁ ମୁଦୁଲିପଡା ସ୍ଥିତ ସୀତାକୁଣ୍ତରୁ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ପାଣି ଊଠାଇଥିଲେ । ରାଷ୍ଟ୍ରୀୟ କୋବି ସଙ୍ଗ ତରଫରୁ ଆୟୋଜିତ ସଭାରେ ସାମିଲ ହୋଇଥିଲେ । ବଣ୍ତା ନୃତ୍ୟୁର ତାଳେ ତାଳେ ରାଜ୍ୟପାଳଙ୍କୁ ପାଛୋଟି ଆଣିଥିଲେ ବଣ୍ତା ବାସିନ୍ଦା ।

ବଣ୍ତା ହେଉଛନ୍ତି ଆଦିମ ଜନଜାତି । ରାମ ରାଜ୍ୟ ଶାସନ ସମୟରେ ଏହି ପୁରାତନ ଜନଜାତି ର ଲୋକଙ୍କ ମଧ୍ୟ ପ୍ରତିଷ୍ଠା ଥିଲା । ଆଜି କିନ୍ତୁ ଏମାନେ ଅବହେଳିତ ଅବସ୍ଥାରେ ରହିଛନ୍ତି । ତାଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟପାଳ ।ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

Share this…
Share on Facebook

Facebook