ବନପାଳଙ୍କ ନାଁ ରେ ଟଙ୍କା ଆତ୍ମସାତ ଅଭିଯୋଗ ଘଟଣା, ତଦନ୍ତ ପାଇଁ ଆସିଲେ ଡେପୁଟି କଞ୍ଜରଭଟ୍ ଅଫ ଫରେଷ୍ଟ

କଳାହାଣ୍ଡି ଜିଲ୍ଲା ଆମପାଣି ବନପାଳ ଜଗନ୍ନାଥ ନାଗଙ୍କ ନାଁ ରେ ଶ୍ରମିକଙ୍କ ଟଙ୍କା ଆତ୍ମସାତ ଅଭିଯୋଗ ଆଣି ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ଆଗରେ ଗତକାଲି ୬ ଖଣ୍ତ ବନ ସୁରକ୍ଷା ସମିତିର ସଦସ୍ୟ ଓ ଶ୍ରମିକ ମାନେ ଧାରଣା ଦେଇଥିଲେ। ତେବେ ବନ ସୁରକ୍ଷା ସମିତି ଓ ଶ୍ରମିକ ମାନଙ୍କ ସହିତ ଧର୍ମଗଡ଼ ବନ୍ୟାଞ୍ଚଳ ଅଧିକାରୀ ଭବାନୀ ଶଙ୍କର କଅଁର ପହଞ୍ଚି ଆଲୋଚନା କରି ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଆଜି କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ବନ ସଂରକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଡୋପୁଟି କଞ୍ଜରଭଟ୍ ଦିବାକର ବେହେରା ଆମପାଣି ଫରେଷ୍ଟ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ବନ ସୁରକ୍ଷା ସମିତି ଓ ଶ୍ରମିକ ମାନଙ୍କ ସହ ଆଲୋଚନା କରିଛନ୍ତିି। ଏବଂ ବିଭିନ୍ନ ଅଭିଯୋଗ ର ତଦନ୍ତ ନେଇ ଜିଲ୍ଲା ବନ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି।Reporter_ Jagadish Naik

Share this…
Share on Facebook

Facebook