ଅଗ୍ନିକାଣ୍ଡରେ ଜଳିଗଲା ଘର

ନିଶ୍ଚିନ୍ତକୋଇଲି ବ୍ଲକ, ଜିଗ୍ନିପୁର ପଞ୍ଚାୟତ ର ଛୁଆଳିଆ ଗାଁ ରେ ଘଟିଛି ଘଟଣା । ଛୁଆଳିଆ ଗ୍ରାମର ଜଣେ ଗରିବ ଚାଷୀ, ନିରଞ୍ଜନ ଦାସ ଙ୍କ ଘର ଜଳି ପାଉଁଶ ରେ ପରିଣତ । ଖବର ପାଇ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ ପହଁଚି ନିଆଁ କୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ୩ ବଖରା ଘର ସମୁର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିଲା ।

ଘଟଣା ପ୍ରଚାର ହେବା ପରେ ଜିଗ୍ନିପୁର ସରପଞ୍ଚ ଙ୍କ ପ୍ରତିନିଧି ଜ୍ଞାନରଂଜନ ରାଉତ, ସରପଞ୍ଚ ତିଲୋତ୍ତମା ରାଉତ ପହଞ୍ଚି, ଅଗ୍ନୀ ବିପର୍ଣ୍ଣ ପାଇଁ ସହଯୋଗ ହାତ ବଢ଼ାଇଛନ୍ତି । ଅପରପକ୍ଷରେ ଜିଗ୍ନିପୁର ସମିତି ସଭ୍ୟ ଅଶୋକ କୁମାର ଓଝା ଗଭୀର ଦୁଃଖ ପ୍ରକାଶ କରିବା ସହ ଦୂରରେ ଥିବାରୁ ପହଞ୍ଚି ନପାରି ଥିଲେ ବି ସହଯୋଗର ହାତ ବଢ଼ାଇବେ ବୋଲି ପ୍ରକାଶ କରିଛନ୍ତି । ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Share this…
Share on Facebook

Facebook