ଅନୁଗୋଳ ମାଟିର ଝିଅ ଶାସ୍ବତୀ ପତି ଗୋଆରେ ମିସ୍ ଏଣ୍ଡ ମିଷ୍ଟ୍ରେସ୍ ଗ୍ଲାମର ଅପ୍ ଇଣ୍ଡିଆ-୨୦୨୧ ପ୍ରତିଯୋଗିତାରେ ରନର୍ ଅପ୍ ଟାଇଟଲ ହାସଲ କରିବା ପରେ ଅନୁଗୋଳ କୁ ଫେରିଛନ୍ତି ।ସଫଳତାର ଶ୍ରେୟ ପଛରେ ପରିବାରର ସମ୍ପୂର୍ଣ୍ଣ ସହଯୋଗ ରହିଥିବା କହିଛନ୍ତି ଶାସ୍ବତୀ ।ସଫଳତା ପାଇବା ପରେ, ପରିବାର ତଥା ଘରୋଇ ହିସାଂର ଶିକାର ହୋଇଥିବା ମହିଳା ଓ ତାଙ୍କ ପିଲାମାନଙ୍କୁ ସହାୟତାର ବଢାଇଛନ୍ତି ।ସୋମବାର ଅପରାହ୍ନରେ ଅନୁଗୋଳ ମାଟିଆସାହି ସ୍ଥିତ ସ୍ବଧାର ଗୃହରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଓ ପୋଷାକ ବଣ୍ଟନ ସହିତ ଅନ୍ତେବାସୀଙ୍କ ସହିତ କିଛି ମୂହୁର୍ତ୍ତ କଟାଇଥିଲେ ।ପିଲାଟି ଦିନରୁ କ୍ରାଉନ୍ ହାସଲ କରିବାର ନିଶା ତାଙ୍କୁ ଏହି ସଫଳତା ଆଡ଼କୁ ନେଇଯାଇଥିବା ସେ କହିଛନ୍ତି ।ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବା ଅବହେଳିତ ମାନଙ୍କ ପାଇଁ କିଛି କରିବା ବିଶେଷ କରି ମହିଳା ସଶକ୍ତିକରଣ ପାଇଁ କାମ କରିବା ତାଙ୍କର ମୁଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।ବିବାହ ପରେ ହେଉ ଅବା ଅବିବାହିତ ସମୟରେ ଶରୀର ଆକୃତି ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହୋଇଥାଏ ।ସମାଜର ଏଭଳି ଚିନ୍ତାଧାରାକୁ ଦୁରାଇବା ପାଇଁ ଖ୍ୟାତନାମା ଫ୍ୟାସନ୍ ଉଦଯୋଗୀ ମନଦୁଆ ମିସ୍ ଆଣ୍ତ ମିଷ୍ଟ୍ରେସ୍ ସୁନ୍ଦରୀ ପ୍ରତିଯୋଗିତା ଆରମ୍ଭ କରିଛନ୍ତି ।
ଗତ ଫେବୃଆରୀ ୨ ତାରିଖରେ ଗୋଆର ଗାଦମ୍ବା ହୋଟେଲରେ ଅନୁଷ୍ଠିତ ଚୁଡାନ୍ତ ପ୍ରତିଯୋଗିତାରେ ଅନୁଗୋଳ ଏଫସିଆଇ ଭାରୀଜଳ କାରଖାନାର ପୂର୍ବତନ ଡଡିଏମ୍ ଗଣେଶ୍ବର ପତିଙ୍କ ଝିଅ ତଥା ପ୍ରହାସ କୁମାର ପଣ୍ଡାଙ୍କ ପତ୍ନୀ ଶାସ୍ବତୀ ପତି ଅଶଂଗ୍ରହଣ କରି ଗ୍ଲାମର୍ସ ମିଷ୍ଟ୍ରେସ୍ ଇଣ୍ଡିଆ-୨୦୨୧ ଦ୍ବିତୀୟ ରନର ଅପ୍ ସ୍ଥାନ ଅଧିକାର କରି ଅନୁଗୋଳ ତଥା ଓଡିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି ।ସ୍ବଧାର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାସ୍ବତୀଙ୍କ ସହିତ ସ୍ବେଚ୍ଛାସେବୀ ବ୍ରହ୍ମଜ୍ୟୋତି ମିଶ୍ର, ଅଜୟ ଭାଇ,ପର୍ଶୁରାମ ଦାଶ ଯୋଗ ଦେଇଥିବା ବେଳେ ସ୍ବଧାର ଅନୁଷ୍ଠାନର ସଂଯୋଜକ କଲ୍ୟାଣ କିଶୋର ମହାନ୍ତି ଉପସ୍ଥିତ ଥିଲେ ।
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରୁ ପ୍ରଫୁଲ୍ଲ କୁମାର ସିଂହଙ୍କ ରିପୋର୍ଟ୍