ପୌର ନିର୍ବାଚନରେ ବ୍ରହ୍ମପୁର ମହାନଗର ଦୁଲିକୁଛି

ଗଂଜାମ ଜିଲ୍ଲାର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରଚିତ ରେଶମ ସହର ବ୍ରହ୍ମପୁର। ଚଳିତ ପୌର ନିର୍ବାଚନରେ ମହାନଗର ଦୁଲିକୁଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କରାଯାଇଥିଲେ ହେଁ ବିଜେଡିର ପ୍ରଚାର ଟିକେ ଭିନ୍ନ। ରାଜ୍ଯ ସରକାରଙ୍କ ବହୁ ବିକାଶମୁଖି ଯୋଜନାର ସଫଳତା ଏବଂ ମହାନଗର ନିଗମର ଉନ୍ନୟନମୂଳକ ଯୋଜନାର ରୁପରେଖ ରାଜ୍ଯ ସରକାର ଗୁରୁତ୍ବ ଦେଇ ଆସିଛନ୍ତି। ନିଗମର ଉନ୍ନତି କରଣ, ପରିମଳ ବ୍ଯବସ୍ଥା, ସ୍ମାର୍ଟ ରୋଡ, ସହରର ବିଭିନ୍ନ ଓ୍ବାଡରେ ଆଲୋକୀକରଣ ବିଜେଡି ସରକାରର ବହୁମୁଖୀ ଯୋଜନାର ସଫଳତା ଗୁଣଗାନ କରୁଛି। ଯାହାକୁ ଆଧାର କରି ଦଳ ଭୋଟରଙ୍କ ପାଖରେ ପହଂଚିବାରେ ବେଶ୍ ସହାୟକ ହୋଇପାରୁଛି।

୪୨ଟି ଓ୍ବାଡକୁ ନେଇ ଗଠିତ ବ୍ରହ୍ମପୁର ମହାନଗର ନିଗମ। ଚଳିତ ପୌର ନିର୍ବାଚନରେ ବିଜେଡି ବହୁ ଉଚ୍ଚ ଶିକ୍ଷିତ, ଜନ କଲ୍ୟାଣ ଯୋଜନାରେ ନିୟୋଜିତ ଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀ ଚୟନ କରିଥିବା ବେଳେ ମେୟର ପାଇଁ ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ବାଛିଛି। ୨୧ତାରିଖ ସଂଧ୍ୟା ବିଜେଡି ପାଇଁ ଥିଲା ଏକ ବିଶେଷ ମୁହୁର୍ତ୍ତ। ୪୨ଟି କର୍ପୋରେଟର ପ୍ରାର୍ଥୀ ଓ ପ୍ରାର୍ଥିନୀ ନିଜ ଓ୍ବାର୍ଡର ପ୍ରାୟ୩୦୦ ଲୋକଙ୍କୁ ନେଇ ବିରାଟ ପଟୁଆରରେ ଆସି ଖଲ୍ଲିକୋଟ କଲେଜ ପଡିଆରେ ଏକତ୍ରିତ ହୋଇଥିଲେ, ଆଉ ଅବସର ଥିଲା ଶକ୍ତି ପ୍ରଦର୍ଶନ। ପାଖାପାଖି 20 ହଜାରରୁ ଅଧିକ ଲୋକ ଗୋଟିଏ ଜାଗାରେ ଏକତ୍ରିତ ହୋଇଥିଲେ। ଏଥିରେ ସାମିଲ ହୋଇଥିଲେ ମନ୍ତ୍ରୀ ପ୍ରତାପ ଜେନା, ବିକ୍ରମ ଆରୁଖ, ପୂର୍ବତନ ମନ୍ତ୍ରୀ ଦେବି ମିଶ୍ର, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ମହାନଗର ନିଗମର ବିଭିନ୍ନ ଯୋଜନାର ବ୍ୟାଖ୍ୟା କରିବା ସହ ୧୨୮କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ବିବରଣୀ ଦେଇଥିଲେ ସମାବେଶରେ ଉପସ୍ଥିତ ଥିବା ନେତ୍ରୁବ୍ରୁନ୍ଦ। କରତାଳିରେ ଓ ହୁଳହୁଳିରେ ଦୁଲୁକିଥିଲା ଖଲ୍ଲିକୋଟ କଲେଜ ପଡିଆ। ନବୀନବାବୁଙ୍କ ବ୍ରହ୍ମପୁର ସହର ପାଇଁ ରହିଥିବା ଆନ୍ତରିକତା ଏବଂ ଯୋଜନାର ସଫଳତାର ଗୁଣଗାନ କରିଥିଲେ ମଂଚରେ ଥିବା ମନ୍ତ୍ରୀ ଓ ନେତା । ଶକ୍ତି ପ୍ରଦର୍ଶନ ମହା ସମାବେଶରୁ ବିଜେଡିର ବିଜୟ ଯାତ୍ରା ବେଶ୍ ସ୍ପଷ୍ଟ ବାରୀ ହୋଇ ପଡୁଥିଲା। ଯାହାକୁ ଦେଖି ବିରୋଧୀଙ୍କ ମନରେ ଛନକା ପସିଛି। ସଫଳତାର ସିଡି ଚଢିଥିବା ବିଜେଡିକୁ ମାତ୍ ଦେବା ଏବେ କଷ୍ଟକର ହୋଇପଡିଲାଣି ବିରୋଧୀଙ୍କ ପାଇଁ।

 

ବ୍ରହ୍ମପୁର ସହରରେ ନିଜର ଶକ୍ତି ପ୍ରଦର୍ଶନ କରି ବିଜେଡି ବିଜୟ ମୁକୁଟ ପିନ୍ଧିବାର ସୌଭାଗ୍ଯ ଅର୍ଜନ କରିପାରିଛି, ହେଲେ ୨୨ତାରିଖ ଭୋଟର ନିର୍ଦ୍ଧାରଣ କରିବେ ୪୨ଜଣ କର୍ପୋରେଟର ପ୍ରାର୍ଥୀଙ୍କ ଭାଗ୍ୟ, ଆଉ ୨୪ତାରିଖ ଫଳାଫଳ ଘୋଷଣାକୁ ବାକି ରହିଲା।

ବ୍ରହ୍ମପୁର ରୁ ବନିତା ବେହେରା ରେପୋର୍ଟ

Share this…
Share on Facebook

Facebook