ଦନ୍ତାହାତୀ ଆକ୍ରମଣରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ

ମୟୂରଭଞ୍ଜ-ଦନ୍ତାହାତୀ ଆକ୍ରମଣରେ କର୍ତ୍ତବ୍ୟରତ ଫରେଷ୍ଟଗାର୍ଡଙ୍କ ଶୋଚନୀୟ ମୃତ୍ୟୁ। ତେବେ ହାତୀ ଘଉଡାଇବା ସମୟରେ ଘଟିଛି ଏହି ଦୁଃଖଦ ଘଟଣା।ଅନ୍ୟପଟେ ହାତୀ ଘଉଡାଇବା ସମୟରେ ରେଞ୍ଜର ଜାଣିଶୁଣି ଅନୁପସ୍ଥିତ ରହୁଥିବାରୁ ବନକର୍ମଚାରୀଙ୍କ ଦନ୍ତା ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ସେହିପରି ଅଧିକାଂଶ ସମୟରେ ରାସଗୋବିନ୍ଦପୁର ରେଞ୍ଜ, ମୋରଡ଼ା କାର୍ଯ୍ୟାଳୟର କର୍ତ୍ତବ୍ୟରତ ରେଞ୍ଜର ବିଭିନ୍ନ ଆଳରେ ଅନୁପସ୍ଥିତ ରହୁଥିବାରୁ ଆଗକୁ ଏଭଳି ଅଭାବନୀୟ ଅଧିକ ଘଟିବାର ଆଶଙ୍କା ସୃଷ୍ଟି କରୁଛି ବୋଲି ଆଲୋଚନା ହେଉଛି। ଘଟଣାଟି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଅମରଦା ଫରେଷ୍ଟ ବିଟ୍ ଅଧିନ ବାଉଁଶୁଳି ଠାରେ ହାତୀପଲ ଘୋଡାଇବା ସମୟରେ ଦନ୍ତାହାତୀର ଅତର୍କିତ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି। ମୃତ ଫରେଷ୍ଟ ଗାର୍ଡ ଚନ୍ଦ୍ରକାନ୍ତ ରାଉତ ବୋଲି ଜଣାପଡିଛି। ତାଙ୍କର ଘର ଉଦଳା ବୋଲି ଜଣାପଡିଛି ।

ଅମରଦା ଫରେଷ୍ଟ ବିଟ୍ ଦାୟିତ୍ୱରେ ରହି କାର୍ଯ୍ୟ କରୁଥିଲେ ଚନ୍ଦ୍ରକାନ୍ତ ରାଉତ ।
ଦନ୍ତା ଆକ୍ରମଣରେ ଗୁରୁତ୍ତର ବନକର୍ମଚାରୀ ଚନ୍ଦ୍ରକାନ୍ତଙ୍କୁ ସହଯୋଗୀମାନେ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରିଥିଲେ , ସେଠାରେ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ । ଘଟଣାଟି ଘଟିଛି ଗତକାଲି ରାତି ପ୍ରାୟ ୧୧ ଟା ପରେ ବୋଲି ବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି । ସୂଚନାଯୋଗ୍ୟ ରାସଗୋବିନ୍ଦପୁର ରେଞ୍ଜରେ ଏବେ ୧୯୧ଟି ହାତୀ ରହିଥିବା ଜଣାପଡିଛି । ଅନ୍ୟପଟେ ରେଞ୍ଜର ହାତୀ ଘଉଡାଇବା ଦଳ ସହ ଘଟଣାସ୍ଥଳରେ ଉପସ୍ଥିତ ରହି ପରିଚାଳନା କରିବା ବଦଳରେ ଅନୁପସ୍ଥିତ ରହିଥିଲେ କାହିଁକି ବୋଲି ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଇଛି। ଯାହାକୁନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ସେହିପରି ମୃତକ ବନକର୍ମଚାରୀ ଚନ୍ଦ୍ରକାନ୍ତଙ୍କ ପରିବାରକୁ ଅବିଳମ୍ବେ ସରକାରୀ ସରକାରୀ ସହାୟତା ପ୍ରଦାନ ସହିତ ଜଣକୁ ନିଯୁକ୍ତି ଦେବାକୁ ଦାବି ହେଉଛି।ତପନ କୁମାର ଦଣ୍ଡପାଟ ମୟୂରଭଞ୍ଜ

Share this…
Share on Facebook

Facebook