ପିପିଲିରେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ

ପିପିଲି: ରାଜ୍ୟରେ ପୈାର ନିର୍ବାଚନ ପ୍ରଚାର ଶେଷ ପ୍ରର୍ଯ୍ୟାୟ ହୋଉଥିବା ବେଳେ ସୋମବାର ଦିନ ପିପିଲି ଏନଏସିରେ କଂଗ୍ରେସ ତାର ଶକ୍ତି ପଦର୍ଶନ କରିଛି । ଗତକାଲି ପିପିଲି କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ମାନେ ବିରାଟ ବାଇକ ଶୋଭାଯାତ୍ରା କରି ପିପିଲି ନଗର ପରିକ୍ରମା କରିଛନ୍ତି । ଏହି ଶୋଭାଯାତ୍ରାରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ,ବିଧାୟକ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଜିଲ୍ଲା ସଭାନେତ୍ରୀ ନିରୁପମା ପାତ୍ର ଙ୍କ ସହ ବହୁ ନେତୁବୃନ୍ଦ ମାନେ ସାମିଲ ହୋଇ ପିପିଲି କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

କଂଗ୍ରେସ ଦଳ ବିପକ୍ଷରେ କେହି ପ୍ରତିଦ୍ୱନ୍ଦି ନାହାନ୍ତି , ପୁର୍ବରୁ ପିପିଲି ଏନଏସି କଂଗ୍ରେସର ଅଭେଦ ଦୁର୍ଗ ଥିଲା , ଏଥର ବି ପିପିଲି ଭୋଟର ନିଶ୍ଚିତ ଭୋଟ ଦେଇ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇ ଠକ ଓ ଗୁଣ୍ଡା ଶାସନ ଦଳକୁ ଦମନ କରି ପିପିଲିରେ ସ୍ୱାଧିନତା ଆଣିବେ ବୋଲି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ।

ବାଇଟ- ନିଶିକାନ୍ତ ମିଶ୍ର (ପିସିସି ମୁଖପାତ୍ର)

ସେହିଭଳି ପିପିଲି ଏନଏସିରେ ଦିର୍ଘଦିନରୁ ପଡିଥିବା ଡ୍ରେନେଜ, ବସଷ୍ଟାଣ୍ଡ ଭଳି ବହୁ ସମସ୍ୟାକୁ ମୁଦ୍ଦାକରି ପିପିଲି କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ ନିର୍ବାଚନି ରଣାଙ୍ଗନାରେ ପାଦ ରଖିଥିବା ବେଳେ ଏହି ନିର୍ବାଚନରେ ନିଶ୍ଚିତ ସେ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ।

Share this…
Share on Facebook

Facebook