ସରପଞ୍ଚ ସ୍ବାମୀଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ।

ଚାନ୍ଦବାଲି– ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ଗାରଡପୁର ଗାଁରେ ଗୋଟିଏ ପରିବାର ଉପରେସଂଘବଦ୍ଧ ଆକ୍ରମଣ ହୋଇଛି। ଖଦାଳପୋଖରୀ ପଞାୟତର ସରପଞ୍ଚ ସ୍ବାମୀଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଏହି ଗାଁର ବିଷ୍ଣୁଚରଣ ବିଶ୍ୱାଳଙ୍କ ପରିବାର ଲୋକଙ୍କୁ ବିଜେଡି ସାମର୍ଥିତ ସରପଞଙ୍କ ସ୍ୱାମୀ ଏବଂ ସେହିଦଳର କର୍ମୀମାନେ ଏପରି ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗାରଡପୁର ଗାଁର ବିଷ୍ଣୁ ଚରଣ ବିଶ୍ୱାଳ ଦିର୍ଘ ବର୍ଷ ଧରି ନିଜ ସ୍ଥିତିବାନ୍ ସମ୍ପତ୍ତି ଉପରେ ବାଡ ପୋତିଛନ୍ତି ।

ଚଳିତ ନିର୍ବାଚନରେ ବିଜେଡି ସରପଞ୍ଚ ଜିତିବାପରେ ସେହି ଗ୍ରାମର କେତେକ ଗୁଣ୍ଡା ଶ୍ରେଣୀଅ ବ୍ୟକ୍ତି ଉକ୍ତ ବାଡ଼କୁ ଭାଙ୍ଗିଦେବାକୁ ଧମକ ଦେଇଚାଲିଥିଲେ l ଗତକାଲି ଖଦାଳପୋଖରୀ ପଞାୟତର ସରପଞ୍ଚଙ୍କ ସ୍ବାମୀ ପ୍ରକାଶ ବିଶ୍ୱାଳ, ମୁନା ବିଶ୍ୱାଳଙ୍କ ସମେତ ୮ ଜଣ ସହ କର୍ମୀଙ୍କ ସହାୟତାରେ ମିଳିତ ଭାବେ ଉକ୍ତ ବାଡକୁ ଉପାଡି ଦେଇଥିଲେ । ବିଷ୍ଣୁ ଚରଣଙ୍କ ପରିବାର ଲୋକେ ଏହାର ପ୍ରତିବାଦ କରିବାରୁ ସେମାନେ ଲୁହା ରଡ୍‌, ବାଡି ଓ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବିଷ୍ଣୁ ଚରଣଙ୍କ ପୁଅ ସୁଧାଂଶୁ ଓ ସ୍ତ୍ରୀ ହିରାମଣି ଗୁରୁତର ଆହତ ହୋଇଥିବା ବେଳେ ସୁଧାଂଶୁଙ୍କ ସ୍ତ୍ରୀ ଓ ଦୁଇଟି ପିଲା ଆହତ ହୋଇଥିବା ଅଭିଯୋଗ ହୋଇଛି।

ଏଥିସହ ଅଭିଯୁକ୍ତମାନେ ଏହି ପରିବାର ମହିଳାଙ୍କ ଠାରୁ ସୁନା ହାର ଓ କାନଫୁଲ ଛଡେଇ ନେଇଥିବା ଏତଲାରେ ଦର୍ଶା ଯାଇଛି। ଅଭିଯୁକ୍ତମାନେ ମଧ୍ଯ ପୀଡିତ ପରିବାର ଲୋକଙ୍କୁ ମେଡିକାଲ ଯିବାକୁ ଛାଡି ନଥିଲେ ଏପରିକି ପୋଲିସ ଉପସ୍ଥିତିରେ ମଧ୍ଯ ଜୀବନରୁ ମାରିଦେବାକୁ ଧମକ ଦିଆ ଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ସେମାନଙ୍କ ବିରୋଧରେ ଏକ ମାମଲା ୧୧୩/୨୨, ରୁଜୁକରି ତଦନ୍ତ ଆରମ୍ଭ କରିଛି। ଏଠାରେ ଗୋଟିଏ କଥା ପ୍ରଶ୍ନ ଉଠେ ଗତ ପଞ୍ଚାୟତ ଭୋଟ ହାତେଇବାକୁଯେଉଁ ଭଳି ଗୁଣ୍ଡାମୀ କରି ଭୋଟ ହାତେଇ ଥିଲେ l ଜିତି ସରିଲା ପରେ ମଧ୍ୟ୍ୟ ସେହିପରି ଲୋକଙ୍କୁ ଧମକାଇ ନିଜର ପତିଆରା ଜାହିର କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ଜଣାଯାଏ l ତେବେ ଏହି ଘଟଣାରେ ପୋଲିସ କି ପ୍ରକାର ପଦକ୍ଷେପ ନେଉଛି ତାହା କେବଳ ଦେଖିବା ବାକି ରହିଲା ।। *ଚାନ୍ଦବାଲି ରୁ ରାକେଶ ନାୟକ .

Share this…
Share on Facebook

Facebook