ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ନବରଙ୍ଗପୁର :  ରାଇଘର ବ୍ଲକ ଅନ୍ତର୍ଗତ ସରଗୁଲି (ଡିଏନକେ)ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ଶବ ରାଇଘର ପୁଲିସ ଉଦ୍ଧାର କରିଥବା ବେଳେ ଏହି ଘଟଣାକୁ ନେଇ ଏବେ ବିବାଦ ଦେଖା ଦେଇଛି। ସ୍ବାମୀ ଏହାକୁ ଆତ୍ମହତ୍ୟା ବୋଲି ପୁଲିସ ନିକଟରେ ଲିଖିତ ଜଣାଇଥିବା ବେଳେ ମହିଳାଙ୍କ ଭାଈ ହତ୍ଯା ଅଭିଯୋଗ ଆଣିଛନ୍ତି l ମୃତ ମହିଳା ଜଣକ ସରଗୁଲି ଡିଏନକେ ଗ୍ରାମର ଲିପିକା ମଣ୍ଡଳ (୨୩) ବୋଲି ଜଣାପଡିଛି l

ସୂଚନା ଅନୁଯାୟୀ ଉମରକୋଟ ବ୍ଲକର ଯୂଭି -୫୨ ଗ୍ରାମର ଲିପିକା ମଣ୍ଡଳ ୪ବର୍ଷ ତଳେ ରାଇଘର ବ୍ଲକର ସରଗୁଲି (ଡିଏନକେ)ଗ୍ରାମର ସୁଶାନ୍ତ ମଣ୍ଡଳଙ୍କୁ ବିବାହ କରିଥିଲେ | ଏଥିସହିତ ଲିପିକାଙ୍କ ଏକ ତିନି ବର୍ଷର ଝିଅ ଟିଏ ମଧ୍ୟ ଅଛି l ସୁଶାନ୍ତ ମଣ୍ଡଳ ପ୍ରାୟ ସମୟରେ ମଦ ପିଇ ଘରକୁ ଫେରୁଥିବା ଯୋଗୁଁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା l

ଗତକାଲି ରାତିରେ ଲିପିକା ନିଜ ବେଡରୁମରେ ପିନ୍ଧା ଲୁଗା ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ବାମୀ ସୁଶାନ୍ତ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଅପରପକ୍ଷରେ ଲିପିକାଙ୍କ ଭାଈ ଦେବାଶିଷ ମଣ୍ଡଳ ତାଙ୍କ ଭଉଣୀଙ୍କୁ ମାରି ଟଙ୍ଗେଇ ଦିଆଯାଇଛି ବୋଲି ଅନୁରୂପ ଭାବେ ଥାନାରେ ଅଭିଯୋଗ କରିଛନ୍ତି l ଏହି ଘଟଣାକୁ ନେଇ ଦୁଇ ପରିବାର ଓ ଗ୍ରାମ ବାସୀଙ୍କ ମଧ୍ୟରେ ଉତେଜନା ଦେଖିବାକୁ ମିଳିଥିଲା l

ଅପରପକ୍ଷରେ ରାଇଘର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ପଠାଇ ଅଧିକ ତଦନ୍ତ ଚଲାଇଛି l ଘଟଣାଟି ଜଟିଳ ରହିଥିବାରୁ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |

Share this…
Share on Facebook

Facebook