ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା;୪ଅଟକ

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକୁ ଚାରି ଦିନ ବିତି ଗଲାଣି। ହେଲେ ଏପର୍ୟ୍ୟନ୍ତ ପୁଲିସ୍ କାହାକୁ ଗିରଫ କରିପାରି ନାହିଁ। ତେବେ ଏହି ମାମଲାରେ ପୁଲିସ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଚର୍ଚ୍ଚା ହେଉଛି। ଅଟକ ଅଭିଯୁକ୍ତଙ୍କ ଭିତରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ଆଲୋଚନା ହେଉଛି।
ଗତ ବୁଧବାର ସକାଳେ କୃଷ୍ଣ ଓରଫ୍ କାଳିଆ ପ୍ରତିହାରୀ ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଠିକ୍ ସେହି ସମୟରେ ତାଙ୍କ ଉପରେ ଫାୟାରିଂ ହୋଇଥିଲା। କାଳିଆ ପ୍ରତିହାରୀଙ୍କ କପାଳରେ ଗୋଟିଏ ଓ ପଞ୍ଜରାରେ ଆଉ ଦୁଇଟି ଗୁଳି ବାଜିଥିଲା। ଯାହାଫଳରେ ସେ ରକ୍ତାକ୍ତ ଅବସ୍ଥାରେ ସେଠାରେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Share this…
Share on Facebook

Facebook