ଜମିବାଡ଼ି ବିବାଦ କୁ ନେଇ ଗଣ୍ତଗୋଳ

ଜଳେଶ୍ବର – ଜମିଜମା ବିବାଦ କୁ କେନ୍ଦ୍ର କରି ଦୁଇ ପରିବାର ମଧ୍ଯ ରେ ଗଣ୍ତଗୋଳ , 3 ଜଣ ଆହତ , ଉଭୟ ପକ୍ଷରୁ ଥାନା ରେ ଅଭିଯୋଗ , ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଦେବକୁମାର ଗ୍ରାମର ପଞ୍ଚାନନ ମାଝୀ ଙ୍କ ସହ ସେହି ଗ୍ରାମର ଇଶ୍ବର ଗଣେଷ ମାଝି ଙ୍କର ଜମିବାଡି ବିବାଦ କୁ ନେଇ ଦୀର୍ଘ ଦିନରୁ ଗଣ୍ତଗୋଳ ଲାଗି ରହିଥିଲା ,

ଏହାକୁ ନେଇ ଗତକାଲି ଦୁଇ ପରିବାର ମଧ୍ଯ ରେ ଯୁକ୍ତିତର୍କ ହେବା ସହ ପୁଣି ଗଣ୍ତଗୋଳ ଆରମ୍ଭ ହୋଇଥିଲା , କିଛି କ୍ଷଣ ମଧ୍ଯ ରେ ଏହି ଗଣ୍ତଗୋଳ ଉଗ୍ରରୂପ ଧାରଣ କରିଥିଲା , ଉଭୟ ପରିବାର ଲୋକେ ଠେଙ୍ଗା ରେ ପରସ୍ପର କୁ ଆକ୍ରମଣ କରିଥିଲେ ,

ଗ୍ରାମବାସୀ ମାନେ ଦୌଡି ଆସି ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ମଧ୍ଯ ଆକ୍ରମଣ ର ଶିକାର ହୋଇଥିଲେ, ଏଥିରେ ଉଭୟ ପରିବାର ଲୋକେ ଆହତ ହୋଇଛନ୍ତି , ଏହି ମାଡ ମାରୁଥିବା ର ଦୃଶ୍ଯ ଭାଇରାଲ ହେବାରେ ଲାଗିଛି , ଜଳେଶ୍ବର ପୋଲିସ ଘଟଣା ର ତଦନ୍ତ କରୁଛି. Reporter – ନବୀନ ସାହୁ

Share this…
Share on Facebook

Facebook