“ଭଏସ୍ ଅଫ ଜାଗୃତି-୨୦୨୨” ପ୍ରତିଯୋଗିତା ଅନୁଷ୍ଠିତ

ପିପିଲି..ଜାଗୃତି ସାସ୍କୃତିକ ଯୁବ ସଂଗଠନ ପକ୍ଷରୁ ପିପିଲି ଶୁଭମ୍ ମଣ୍ଡପ ଠାରେ \”ଭଏସ୍ ଅଫ ଜାଗୃତି-୨୦୨୨\” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ସ୍ଥାନୀୟ ଅଂଚଳରୁ ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ  ସଂଗଠନ ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ହେଉଥିବା ବେଳେ ସଂଗୀତ ଅଧ୍ୟାପକ ସଚିକାନ୍ତ ନାୟକ , ସଂଗୀତ ଗୁରୁ ସର୍ବେଶ୍ୱର ବୈଠାରୁ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ । ପିପିଲି ରେ ଲୁଚିରହିଥିବା କଳା ସଂସ୍କୃତି ର ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ରେ ଜାଗୃତି ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ବିଚାରକ ମାନେ ବହୁ ପ୍ରଶଂସା କରିଥିଲେ ।

 

ଆଗାମୀ ଅପ୍ରେଲ ମାସ ୦୨ ଓ ୦୩ ତାରିଖରେ ପିପିଲିରେ  ଦୁଇଦିନିଆ ଜାଗୃତି ମହୋତ୍ସବ-୨୦୨୨ ପାଳନ କରାଯିବ । ତେବେ ଏଥିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ଜାଗୃତି ମହୋତ୍ସବ-୨୦୨୨ ରେ ସେମାନଙ୍କ କଳା ପଦର୍ଶନ ପାଇଁ ସୁଯୋଗ ଦିଆଯିବ ବୋଲି ଅନୁଷ୍ଠାନ ସଭାପତି ଶ୍ରଯୁକ୍ତ ମହାପାତ୍ର କହିଛନ୍ତି ।

 

ତେବେ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଯୁବ ସଂଯୋଜକ ବାପୁ ବେହେରା,ସଦସ୍ୟ ଶ୍ରୀମାନ ସମ୍ପଦ ମହାପାତ୍ର, ବର୍ଷାରାଣୀ ସାହୁ, ସଂଗୀତା ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Share this…
Share on Facebook

Facebook