ଜବରଦଖଲରେ ଡ଼୍ରେନ; ରାସ୍ତା ଉପରେ ଆବର୍ଜନା ପାଣି

ସାଲେପୁର: ଦୀର୍ଘ ବର୍ଷ ହେବ ଗାଁର ଏକମାତ୍ର ଡ୍ରେନ ଜବରଦଖଲ ପାଇଁ ପୋତି ହୋଇଯାଇଥିବାରୁ ରାସ୍ତା ଉପରେ ଲହଡି ଭାଙ୍ଗୁଛି ଗାଁର ଆବର୍ଜନା ପାଣି । ପରିବେଶ ଦୂଷିତ ହେବା ଫଳରେ ଦୃଗନ୍ଧ ରେ ଫାଟି ପଡୁଛି ଗାଁ ଦାଣ୍ଡ । ବାରମ୍ବାର ପ୍ରଶାସନ କୁ ଗାଁଲୋକ ମାନେ ଜଣାଇ ଆଉଥିଲେ ମଧ୍ୟ ପ୍ରଶାସନ ଗାଁ ଲୋକଙ୍କ ଏହି ସମସ୍ୟା ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ ଆଣିଛନ୍ତି ଗାଁଲୋକେ । ଏବେ ସେମାନେ ରାସ୍ତା କୁ ମାଟି ବନ୍ଧ କରି ଅବରୋଧ କରି ରଖୁଛନ୍ତି । ଯାହା ଫଳରେ ୪ ଖଣ୍ଡି ପଂଚାୟତ କୁ ଯୋଗାଯୋଗ ବଧାପ୍ରାତ ହୋଇଛି । ଏଭଳି ସମସ୍ୟା ଉପୁଜିଛି କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ଗ୍ରାମ ପଂଚୟତର ସାଇଗୋଡ଼ା ଗ୍ରାମର ୧୮ନଂ ୱାର୍ଡ ରେ
ଭଲ କରି ଦେଖନ୍ତୁ ଏହି ଦୃଶ୍ୟ କୁ । ଏହେଉଛୁ ସାଇଗୋଡ଼ା ଗ୍ରାମର ୧୮ ନଂ ୱାର୍ଡ ର ମୁଖ୍ୟ ରାସ୍ତା ର ଦୃଶ୍ୟ । ରାସ୍ତା ଉପରେ ଲହଡି ଭାଙ୍ଗୁଛି ଆବର୍ଜନା ପାଣି । ଗାଁ ଦେଇ ଯାଇଥିବା ଏହି ଏକମାତ୍ର ଡ୍ରେନ ଟି କିଛି ସ୍ଥାନରେ ଜବରଦଖଲ ପାଇଁ ପୋତି ହୋଇଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବାରମ୍ବାର ପ୍ରଶାସନ କୁ ଗାଁ ଲୋକେ ଜଣାଇ ଅସୁଥିଲେ ମଧ୍ୟ ପ୍ରଶାସନ ନା ଜବର ଦଖଲ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ଲୋକଙ୍କ ସମସ୍ୟା ଦୂର ହେଉଛି । ).ବାଇଟ୧:ରୀତାରାଣୀ ସିଂହ( ଗାଁ ଲୋକ), ବାଇଟି୨: ସୋନାଲି ସିଂହ( ଗାଁ ଲୋକ)
ଏଭଳି ସମସ୍ୟା ପାଇଁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଯାହାକୁ କେନ୍ଦ୍ରକରି ରାସ୍ତା ମଝିରେ ଗାଁ ଲୋକମାନେ ମାଟି ବନ୍ଧ ପକାଇ ରାସ୍ତାକୁ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ତେବେ ଏହି ରାସ୍ତାର ଆବର୍ଜନା ପାଇଁ ଗାଁ ଲୋକେ ସବୁଦିନ ନିନ୍ଦିନ୍ତ ହେବାସଙ୍ଗେ ଗାଁ ରେ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଯେପର୍ଯ୍ୟନ୍ତ ପ୍ରଶାସନ ଆସି ଏହି ସମସ୍ୟା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଏଭଳି ରାସ୍ତା ଅବରୋଧ ଜାରି ରହିଥିବ ବୋଲି ଚେତାବନୀ ଦେଇଛନ୍ତି ଗାଁ ଲୋକେ ବାଇଟି୩: ରମେଶ ବେହେରା ( ଗ୍ରାମବାସୀ) ।
ଗାଁ ଲୋକଙ୍କ ଏଭଳି ଅସନ୍ତୋଷ ଆଗକୁ କେଉଁ ରୂପ ନେଉଛି ଏବଂ ପ୍ରଶାସନ କିଭଳି ଗାଁ ଲୋକଙ୍କ ସମସ୍ୟା ସମାଧାନ କରୁଛି ତାହା କେବଳ ଦେଖିବାକୁ ବାକି ରହିଲା ।
….. ସାଲେପୁର ରୁ ମନୋଜ ସାହୁ…..

Share this…
Share on Facebook

Facebook