ପାଟକୁରାରେ ମାତିଛି ପାଠୁଆ ପ୍ରେମିକ; ନିଜେ ଶୋଇଲା, ବାପା କଥାରେ ଛାଡ଼ିଦେଲା

ପାଟକୁରା: ପ୍ରେମ କଲା ଶାରୀରିକ ସମ୍ପର୍କ ରଖିଲା, ବିବାହ ପ୍ରତିଶୃତି ଦେଇ ଠକି ଦେଲl ପ୍ରେମିକ l
ପୁଣି ଲଭ ସେକ୍ସ ଧୋକା. ଭଲ ପାଇବା ର ଛଳନା, ଶାରୀରିକ ସମ୍ପର୍କ ଓ ପରେ ହାତ ଛାଡି ଚାଲିଗଲା ପ୍ରେମିକ l ପ୍ରେମିକା ଏବେ ନିରାଶ ହୋଇ ପ୍ରମିକା ଘର ଆଗରେ ଧାରଣା ରେ ବସିଛି l ଭୁବନେଶ୍ୱର ବାଳକାଟୀ ଅଞ୍ଚଳ ର 32 ବର୍ଷୀୟା ଯୁବତୀ ଙ୍କୁ ପାଟକୁରା ଥାନା ଅନ୍ତର୍ଗତ ପାଟକୁରା ଗ୍ରାମର ଜ୍ଞାନ ରଞ୍ଜନ ସାହୁ ନାମକ ଯୁବକ ଏହି ଭଳି ଧୋକା ଦେଇଥିବା ଅଭିଯୋଗ ହୋଇଛି l ପାଟକୁରା ର ନିରଞ୍ଜନ ସାହୁ ଙ୍କ ପୁଅ ଜ୍ଞାନ ରଞ୍ଜନ ସାହୁ ଭୁବନେଶ୍ୱର ର ଏହି ବତିଶି ବର୍ଷୀୟା ଯୁବତୀ ଙ୍କୁ ବିଗତ ସାତ ବର୍ଷ ତଳେ ପ୍ରେମ କରୁଥିଲେ ଦୁହେଁ କୋର୍ଟ ମ୍ୟାରେଜ ମଧ୍ୟ କରିଥିଲେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ ଓ ନିଜ ପେଟରେ ଥିବା ପିଲାକୁ ଜ୍ଞାନ ଙ୍କ ଅନୁମତି କ୍ରମେ ନଷ୍ଟ କରିଥିଲେ

କିନ୍ତୁ ଧୀରେ ଧୀରେ ପ୍ରେମିକ ଜ୍ଞାନ ରଞ୍ଜନ ଯୁବତୀ ଙ୍କ ଠୁ ଅଲଗl ରହିବାକୁ ଆରମ୍ଭ କଲେ ଓ ଗାଁ ପାଟକୁରା କୁ ଯାଉଛି ବୋଲି କହି ହାଇଦ୍ରାବାଦ ଚାଲିଗଲେ. ଫଳରେ ପ୍ରେମିକା ଜ୍ଞାନ ଙ୍କୁ ଖୋଜି ଖୋଜି ଜ୍ଞାନ ଙ୍କ ପଈତୃକ ଘର ପାଖେ ପହଞ୍ଚି ଘର ଆଗରେ ପ୍ରେମିକ ଙ୍କୁ ପାଇବାକୁ ଧାରଣା ରତ ଅଛନ୍ତି l ସେଠାରେ କିଛି ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଉକ୍ତ ବିବାହିତା ଯୁବତୀ ପାଟକୁରା ଥାନା ରେ ଏତଲା ଦେଇଛନ୍ତି l

Share this…
Share on Facebook

Facebook