କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁ ରେ ମରଣାନ୍ତକ ଆକ୍ରମଣ ……

ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁ ରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ପକ୍ଷରୁ ଅନ୍ୟ ଏକ ଗୋଷ୍ଠୀ ଉପରେ ଆକ୍ରମଣ ହେତୁ 3 ଆହତ ହୋଇଚନ୍ତି। ଫାର୍ସା ରେ ମରଣାନ୍ତକ ଆକ୍ରମଣ ହୋଇ ଥିବା ଅଭିଯୋଗ ହୋଇଛି ।

ଆହତ 3 ଜଣ ହେଉଛନ୍ତି ସତ୍ୟପ୍ରିୟ ବେହେରା 32,କୃଷ୍ଣ ବେହେରା 38, ଓ ଭାରତ ବେହେରା 36 । ଆହତ ଙ୍କୁ ଚିକିତ୍ସା ପାଇଁ କଣାସ ମେଡିକାଲ ରେ ଭର୍ତି କରାଯାଇଛି।ତେବେ ରାଜନୈତିକ ଶତ୍ରୁତା କୁ ନେଇ ତାଙ୍କ ଗ୍ରାମ ର କିଛି ଅସାମାଜିକ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Share this…
Share on Facebook

Facebook