ମୁକ୍ତାମାଳାଦେଇପୁର ଶାସନ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମୁକ୍ତାମାଳାଦେଇପୁର ଶାସନ ଗାଁରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଏହି ହତ୍ୟାକାଣ୍ଡରେ ଅମିତ ଅ।ଚାର୍ଯ୍ୟ ନାମକ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯୁବକ ଯୋଜନାବଦ୍ଧ ଭାବେ ହତ୍ୟାକାରି ଫେରାର ହୋଇଯାଇଛନ୍ତି । ପୋଲସରା ପଲିସ ପହଁଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ହତ୍ୟାକାରୀ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଅ।ରମ୍ଵ କରି ଦେଇଛି ।
ପୋଲସରା ଥାନା ମୁକ୍ତାମାଳାଦେଇପୁର ଶାସନ ଗାଁରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଅ।ଉ ଗଲା କିଛି ଦିନର ରାଗ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଗାଁର ଅମିତ ଅ।ଚାର୍ଯ୍ୟଙ୍କ ସହ ସେହି ଗାଁର କିଛି ଯୁବକ ସହ ରହିଥିଲା ଶତୃତା । ଅ।ଉ ସାମାନ୍ୟ ସାମାନ୍ୟ କଥା ରେ ଅତିତ ଓ ତାଙ୍କର ବିରୋଧି ଯୁବକ ମାନଙ୍କ ସହ ଲାଗି ରହୁଥିଲା ଝଗଡା । ହେଲେ ସେହି ଝଗଡା ଗଲା ରାତିରେ ନେଇଥିଲା ଭୟଙ୍କର ରୂପ । ଅ।ଉ ଯୋଜନା ଵଦ୍ଧ ଭାବେ ତିନି ରୁ ଅଧିକ ଯୁବକ ମିଶି କେନାଲ ହୁଡା ନିକଟରେ ହତ୍ୟା କରି ବିଲ ରେ ଫୋପାଡି ଦେଇ ଫେରାର ହୋଇଯାଇଛନ୍ତି ।
ବାଇଟ-ମୃତକଙ୍କ ବାପା
ଏହି ଖବର ପ୍ରଘଟ ପରେ ପୋଲସରା ପୋଲିସ ବୁଢାମ୍ଵ ପୋଲିସ ଓ ପୁରୁଷୋତ୍ତମପୁର ଏସଡିପିଓ ଘଟଣାସ୍ଥଳରେ ପହଁଚି ଏକ ହତ୍ୟା ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ଏବଂ ଘଟଣସ୍ଥଳରୁ ଏକ ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଥିବା ବେଳେ ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ତଥାପି ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ କବିସୂର୍ଯ୍ୟନଗର ଓ ପୋଲସରା ପୋଲିସକୁ ନେଇ ଏକ ଟିମ ଗଠନ କରାଯାଇଛି ଏବଂ ଚଢାଉ ମଧ୍ୟ ଜାରି ରହିଥିବା ବେଳେ ତୁରନ୍ତ ହତ୍ୟାକାରୀ ମାନଙ୍କୁ ଧରାଯିବ ବୋଲି ପୁରୁଷୋତ୍ତମପୁର ଏସଡିପିଓ ସୂଚନା ଦେଇଛନ୍ତି ।
ବାଇଟ- ସୂର୍ଯ୍ୟମଣି ପ୍ରଧାନ ( ପୁରୁଷୋତ୍ତମପୁର ଏସଡିପିଓ )
ତେବେ ଦେଖାଯାଉ କେବେ ଧରା ପଡୁଛନ୍ତି ହତ୍ୟାକାରୀ ଏବଂ କେବେ ଏହି ହତ୍ୟା ଘଟଣାର ଖୁଲାସା ହେଉଛି ତାକୁ ଏବେ ଦେଖିବାକୁ ବାକି ରହିଲା ।

Share this…
Share on Facebook

Facebook