ପ୍ରେମିକ ପାଇଁ ପ୍ରେମିକାର ଆତ୍ମହତ୍ୟା

ମୟୁରଭଞ୍ଜ; ପ୍ରେମ କେବେ ଝରଣାର ଶୀତଳ ସ୍ପର୍ଶ,କେବେ ଫୁଣି ଶୀତ ସକାଳର ଝରି ପଡୁଥିବା ଶିଶିର ଟୋପା?କେବେ ସେ ଫଗୁଣ ଆକାଶର ଉଡୁଥିବା ରଙ୍ଗୀନଫଗୁପରି?କେବେ ଫୁଣି ଶ୍ରାବଣ ଆକାଶର ଭସା ମେଘପରି ।ପ୍ରେମ କେବେ ଛୁଇଁ ଦେଇଯାଏ ବସନ୍ତର ମୃଦୁ ମଳୟ ପରି?କେବେ ପୁଣି ଜାଳିଦିଏ ମନ ଆଉ ହୃଦୟକୁ ଜଳନ୍ତା ଜୁଇର ଜ୍ଵଳନ୍ମ ଶିଖାପରି ।କିଛି ପ୍ରେମ ପାଇହୁଏ କିଛି ପ୍ରେମକୁ ସମାଧି ଦେବାକୁ ପଡେ ଛଳନାର ମରୁବାଲିରେ ପାଇ ହରାଇବାର ଦୁଃଖ,ପ୍ରତାରଣାର ଅସହ୍ୟ ଯନ୍ତ୍ରଣା ବେଳେବେଳେ ମନୁଷ୍ୟକୁ ହିଂସ୍ରପଶୁ ଠାରୁ ମଧ୍ୟ ଆହୁରି ହିଂସ୍ର ସଜାଇ ଦିଏ।

ଯାହା ଆଜି ଘଟି ଯାଇଥିବା ଘଟଣା,ଯାହା ଚକିତ କରିଛି ସମସ୍ତଙ୍କୁ ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ଧର୍ମଗୋଳି ପଛ ପାଖରେ ରହୁଥିବା ମିହିର କୁମାର ୟେସ୍ପାଲ ଙ୍କ ଝିଅ ନିଜ ଘର ବାଟରୁମରେ ବେଡ଼ସିଟ ଲଗେଇ ଆତ୍ମହତ୍ୟା କରିଥିବା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଘଟଣା ଟି ପ୍ରେମ ଜନିତ ଘଟିଛି ବୋଲି ମିହିର କୁମାର କହିଛନ୍ତି । ଦୀର୍ଘଦିନରୁ ଗୋରୁ ମୋହିସାଣି ଥାନା ଅନ୍ତର୍ଗତ ଗୁହାଳ ଡାଂଗ୍ରୀ ଗ୍ରାମର ଜୈନିକ ଯୁବକ ଜୟନ୍ତ କୁମାର ମଣ୍ଡଳଙ୍କ ସହି ପ୍ରିୟଙ୍କା ଜୟଶ୍ୱାଳ ଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଜୟନ୍ତ ବିବାହର ପ୍ରତିଶ୍ରୁତି ଦେଇ ଥିଲେ ।

ଆଜି ହଟାତ ପ୍ରିୟଙ୍କା ସହିତ ଯୁକ୍ତି ତର୍କ ଫୋନ ଯୋଗେ ହେଇଥିବାରୁ ପ୍ରିୟଙ୍କା ସହି ନ ପାରି ନିଜ ଘରେ ବାତରୁମରେ ବେଡ଼ସିଟ କୋପଡ଼ା ସାହାଯ୍ୟ ରେ ବେକରେ ଲଗେଇ ଆତ୍ମହତ୍ୟା କରିଛନ୍ତି । ତେବେ ପ୍ରିୟଙ୍କାଙ୍କ ବାପା କହିବା କଥା ମଝିରେ ମଝିରେ ଦୁହିଁଙ୍କ ଭିତରେ ମନମାଳିନ ହେଉଥିଲା ବୋଲି ମିହିର କୁମାର ଥାନାରେ ଲିଖିତ ଆକାରରେ ଜଣେଇବା ପରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ଘଟଣା ସ୍ଥଳରେ ଏଡିସୋନାଲ SP ଉପସ୍ଥିତ ରହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ ।

Share this…
Share on Facebook

Facebook