ପର୍ଯ୍ୟବେକ୍ଷକଙ୍କ ବୋଲ ମାନୁନି ଘଷିପୁରା ବିଜେଡି; ଦଳରେ ଗୋଷ୍ଠୀ ସଂଘର୍ଷ, ୫ଗୁରୁତ

କେନ୍ଦୁଝର :-” ରାଜ୍ୟରେ ସଫଳ କେନ୍ଦୁଝର ରେ ବିଫଳ। ” ବୋଲ ମାନିବାକୁ ନାରାଜ୍‌ ଘଷିପୁରା ବିଜେଡି।
ଫେଲ୍ ମାରୁଛି କି କେନ୍ଦୁଝର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ଥିବା ପ୍ରଣବ ପ୍ରକାଶ ଦାସଙ୍କ ରାଜନୈତିକ ଗୋଟି ଚାଳନା??
ଟିକେ ଭଲ କରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ଏହି ଦୃଶ୍ୟ ରେ ଯେଉଁ ଗୋଷ୍ଠୀ ସଂଘର୍ଷ ର ନିଆଁ ଦେଖୁଛନ୍ତି, ତାହା ସିନା ଆଜି ହୁ ହୁ ହୋଇ ଜଳୁଛି, କିନ୍ତୁ ଏହି ନିଆଁ ଘଷିପୁରା ନିର୍ବାଚନ ମଣ୍ଡଳୀରେ ଏବଂ ସ୍ଥାନୀୟ ବିଧାୟକ ଓ ପୁର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଗଡବାନ୍ଧଗୋଡ଼ା ଗ୍ରାମରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରୁ କୁହୁଳୁଛି। ଘଷିପୁରା ବିଜେଡି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫାଟି ଆଁ କରିଛି। ଏଠାରେ ବିଜେଡ଼ି ରେ ଦୁଇ ଫାଳ ହେବା କଥା ପଞ୍ଚାୟତ ନିର୍ବାଚନ ରେ ଘଟିଥିବା ହିଂସା ରୁ ସ୍ପଷ୍ଟ ଜଣାପଡୁଥିଲା।
ଏହି ପଞ୍ଚାୟତ ରେ ବିଧାୟକ ବଦ୍ରୀ ନାରାୟଣ ପାତ୍ର ଏବଂ ବିଜେଡି ରାଜ୍ୟ ଯୁବ ଉପସଭାପତି ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କ ମଧ୍ୟରେ ଚାଲିଛି ପତିଆରା ର ଲଢେଇ।
ଏହି ପଞ୍ଚାୟତ ରେ ପଞ୍ଚାୟତ ନିର୍ବାଚନ ସମୟରେ ରାଜା ଚକ୍ର ଏକ ସରପଞ୍ଚ ପାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ଏକ ସରପଞ୍ଚ ପାର୍ଥୀଙ୍କୁ ସମର୍ଥନ କରୁଥିଲେ ବଦ୍ରିନାରାୟଣ ପାତ୍ର। ନିର୍ବାଚନ ରେ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥିତ ସରପଞ୍ଚ ପାର୍ଥୀ ବିଜୟୀ ହେବା ପରେ ଆଉ ସଂଘର୍ଷ ଦେଖା ଦେବନି ବୋଲି ଯେଉଁ ଅନୁମାନ କରାଯାଉଥିଲା ତାହା ଆଜି ଭୁଲ୍‌ ସାବ୍ୟସ୍ତ ହୋଇଛି ପତିଆରା ଲଢେଇ ସିନା ବିଜେଡିର ଦୁଇ ନେତାଙ୍କ ମଧ୍ୟରେ ଚାଲିଛି କିନ୍ତୁ ରାଜନୀତି ର ଅଙ୍କାବଙ୍କା ବାଟ ରେ ଚାଲି ମାଡ଼ ଖାଉଛନ୍ତି, ଗ୍ରାମ ର ସାଧାରଣ ଖଟିଖିଆ।

ଆଜି ହୋଲି ଖେଳ ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ରେ ପାଞ୍ଚ ଜଣ ଆହାତ ହୋଇଥିବା ବେଳେ ଜଣକ ଅବସ୍ତା ଗୁରୁତର ଥିବାରୁ କଟକ ସ୍ତାନାନ୍ତର କରାଯାଇଥିବା ସୂଚନା ମିଳିଛି। ତେବେ ସ୍ଥାନୀୟ ରାମଚନ୍ଦ୍ରପୁର ଥାନାର ପୋଲିସ୍‌ ସମେତ ଉପଖଣ୍ଡର ସମସ୍ତ ବରିଷ୍ଠ ପୋଲିସ୍‌ ଅଧିକାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି କୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଘଟଣା ଏବେ କେଉଁ ଆଡେ ଗତି କରୁଛି ତାହା ଉପରେ ସମସ୍ତଙ୍କ ନଜର।
ଏଠି ସବୁଠାରୁ ବଡ଼ ପ୍ରଶ୍ନ ଦୁଇ ଫାଳ ହୋଇଥିବା ବିଜେଡି କୁ ଯୋଡିବାକୁ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଏବଂ କେନ୍ଦୁଝର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ରେ ଥିବା ବବି ଦାସ ପଦକ୍ଷେପ ନେବେ ନା ଏହା ଆହୁରି ଉଗ୍ରରୂପ ଧାରଣ କରିବ?
ବ୍ୟୁରୋ ରିପୋର୍ଟ mpx  ନ୍ୟୁଜ୍

Share this…
Share on Facebook

Facebook