ଶାସକ ଦଳର କର୍ମୀ ମାନେ ମହିଳାଙ୍କୁ ଅସମ୍ମାନୀତ କରିଥିବାର ଅଭିଯୋଗ

ମୟୂରଭଞ୍ଜ; ମହିଳାଙ୍କୁ ଶତ ସମ୍ମାନ ଦେଉଥିବାର ନାରାବାଜି କରୁଥିବା ବିଜୁଜନତା ଦଳର ଅସଲ ଚେହେରା ଲୋକ ଲୋଚନକୁ ଆସିଛି। ମହିଳାଙ୍କୁ ସମ୍ମାନ ପାଇଁ ଯୋଜନା ଉପରେ ଯୋଜନା କରୁଥିବା ଶାସକ ଦଳର କର୍ମୀ ମାନେ ମହିଳା ମାନଙ୍କୁ ଅସମ୍ମାନୀତ କରିଥିବାର ଅଭିଯୋଗ କରିଛନ୍ତି ବହୁ ମହିଳା । ଜାହାକୁନେଇ ରାସ୍ତା ଅବୋରାଧ କରିଛନ୍ତି ସ୍ଥାନୀୟ ମହିଳା । ଅଭିଯୋଗ ଅନୁଯାଇ ବାରିପଦା ପୌରପାଳିକାର ୱାର୍ଡ ନମ୍ବର ୨୭ ହେମଚନ୍ଦ୍ରପୁର ପୌରନିର୍ବାଚନ ନେଇ ପ୍ରଚାର ମଧ୍ୟରେ ମହିଳା ମାନଙ୍କୁ ଅସମ୍ମାନୀତ କରାଯାଇଛି । ଉକ୍ତ ୱାର୍ଡରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଶିବଶଙ୍କର ପାତ୍ରଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର କରୁଥିବା ଦଳୀୟ କର୍ମୀ ପ୍ରଚାର ସମୟରେ ମହିଳା ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିବାର ଅଭିଯୋଗ କରିଛନ୍ତି । ଯଦି ବିଜେଡି ପ୍ରାର୍ଥୀଙ୍କୁ ଭୋଟ ନ ନଦେବେ ତେବେ ଆଗକୁ ଭଲ ହେବନି ଆଦି ବ୍ୟବହାର ପ୍ରଦର୍ଶନ କରି କଥା କହିଥିଲେ।

ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସମେତ ମହିଳା ମାନେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉକ୍ତ ବିଜେଡି ପାର୍ଥି ତାଙ୍କ ଭୁଲ କାର୍ଯ୍ୟ ପାଇଁ କ୍ଷମା ପ୍ରାର୍ଥନା ନେଇ ଦାବି କରିଥିଲେ ଲିଲିଳତା ବେହେରା, ଜୟନ୍ତି ଦାସ, ନିର୍ମଳା ସିଂ, ପ୍ରଣତି ଦାସ ଓ ଅନ୍ୟାନ୍ୟ ମହିଳା। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ବିଜେଡି ଦଳ ୱାର୍ଡ କାଉନସିଲର ପ୍ରାର୍ଥୀ ପହଞ୍ଚି ମହିଳା ମାନଙ୍କ ବୁଝା ସୁଝା କରିଥିଲେ ହେଁ ସମସ୍ୟାର ସମାଧାନ ହୋଇନଥିଲା। ବହୁ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ ସେଠାରେ ପହଞ୍ଚି ନ ଥିବାରୁ ଉତ୍ତେଜନା ତୀବ୍ର ହୋଇଥିଲା। ତେବେ ଯେଉଁ ବିଜେଡି ଦଳ କର୍ମୀ ଏପରି ଅଶ୍ଳୀଳ ବ୍ୟବହାର କରିଥିଲେ ସେମାନେ ଭୁଲ ନ ମାଗିବା ପର୍ଯ୍ୟନ୍ତ ମହିଳା ମାନେ ରାସ୍ତା ରୁ ଉଠିବେ ନାହିଁ ବୋଲି ମତ ବ୍ୟକ୍ତ କରିଥିଲେ। ତେବେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିଜେଡି କର୍ମୀଙ୍କ ଏପରି ବ୍ୟବହାର ବିଜେଡି ଦଳ ଉପରେ ବହୁଳ ମାତ୍ରାରେ ପ୍ରଭାବ ପାଡିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା।ମୟୂରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook