ପୁରୀ : ସଦର ମୁଖ୍ୟ ଚିକିତ୍ସାଳୟକୁ ନିନ୍ଦା,ଡାକ୍ତର ଙ୍କ ଅବହେଳା ରେ ଚାଲିଗଲା ଜଣେ ମହିଳା ଙ୍କ ଜୀବନ ।ଘଟଣା ସୂତ୍ରରୁ ପ୍ରକାଶ ଯେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଅବକାଶ ଲେନ ର ଚନ୍ଦ୍ରମଣି ଦିକ୍ଷୀତ ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ପରିବାର ଲୋକେ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ ।ସେଠାରେ ତାଙ୍କ ଦେହ ଅସୁସ୍ଥ ଥିବାରୁ ଆଉଟ୍ ଡୋର ରେ ଥିବା ଡାକ୍ତର ତାଙ୍କୁ ମହିଳା ମେଡିସିନ ବିଭାଗକୁ ଚିକିତ୍ସା ନିମନ୍ତେ ପଠାଇଥିଲେ ।ସେଠାରେ ଡାକ୍ତର ଉପସ୍ଥିତ ନଥିବାରୁ ସେଠାରେ ଥିବା ନର୍ସ ସଙ୍ଗେ ସଙ୍ଗେ ଡାକ୍ତର ଙ୍କୁ ଖବର ଦେଇଥିଲେ ।ହେଲେ ନର୍ସ ଖବର ଦେବାର ୩ ଘଣ୍ଟା ବିତିଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ପହଞ୍ଚି ପାରି ନଥିଲେ ।
ଶେଷରେ ଚନ୍ଦ୍ରମଣି ଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା ।ତାଙ୍କ ପରିବାର ଲୋକ ଅତିଷ୍ଠ ହୋଇ କୋହ ସମ୍ଭାଳି ନପାରି ବିରକ୍ତି ଭାବ ପ୍ରକାଶ କରିବା ସହ ମେଡିକାଲ ର ଝରକା କାଚ ଭାଙ୍ଗିଦେଇଥିଲେ ।ହେଲେ ଆମେ କହିପାରିବା ଯେ ପୁରୀ ମେଡିକାଲ ରେ ଏହା କୌଣସି ନୂଆ ଘଟଣା ନୁହେଁ,ଗତ କିଛିଦିନ ତଳେ ଏହିଭଳି ଏକ ଘଟଣା ଘଟିଥିଲା ଯେଉଁଥିରେ ଲୋକମାନେ ଉତ୍ୟକ୍ତ ହୋଇ ମେଡିକାଲ ରେ ଭଙ୍ଗାରୁଜା କରିଥିଲେ ।
ତେଣୁ ଏଥିରେ କୌଣସି ପ୍ରଭାବ ପଡ଼ୁନାହିଁ ମେଡିକାଲ କର୍ତୃପକ୍ଷଙ୍କ ଉପରେ ।ତେଣୁ ଆମେ କହିପାରିବା ଅବହେଳାରେ ଚାଲିଛି ମେଡ଼ିକାଲ ରେ ଚିକିତ୍ସା ।reporte laxman panda _mpx tv