କେନ୍ଦ୍ରାପଡ଼ା: ୪୦ ବର୍ଷର ଦାବି ଶୁଣିଲେ ସରକାର, ହେଲେ ସବୁ ସ୍ୱପ୍ନ ଧୁଳିସାତ କରିଦେଲେ ଠିକାଦାର ଓ ସରକାରୀ ବାବୁ । ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ କାମ ବନ୍ଦ ଥିଲା । ହେଲେ ନିର୍ବାଚନ ସରୁ ସରୁ ତରବରିଆ ଭାବେ ଠିକାଦାର କାମ କରିଦେଲେ । କାମ ହେଲା ହେଲେ ତାହା ନିମ୍ନ ମାନର । ସରକାରୀ ନଥିପତ୍ରରେ ୮ ଇଂଚର ଢଳେଇ ପଡିଥିବା ଲେଖାଯାଇଥିବା ବେଳେ ବାସ୍ତବରେ ୩ ଇଂଚର ଢଳେଇ ପକାଇ ସବୁ ଲୁଟିନେଲେ ଠିକାଦାର ଓ ସରକାରୀ ବାବୁ । ଅଭିଯୋଗ କରିବା ପରେ ଅଭିଯୋଗକାରୀଙ୍କ ମାଡ ମାରିଥିବା ନେଇ ଗଣମାଧ୍ୟମ ଆଗରେ ଦୁଖର ସହ କହିଛନ୍ତି ଅଭିଯୋଗକାରୀ । ସେପଟେ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ଭାରୀ ପଡିଛି ଠିକାଦାର ଓ ଜେଇ ବାବୁଙ୍କ ଦବଙ୍ଗଗିରି । ସରକାରୀ ଅର୍ଥର ଖୋଲାଖୁଲି ଲୁଟ ଓ ଅଭିଯୋଗକାରୀଙ୍କ ଉପରେ ଆକ୍ରମଣ ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
*ଜଳ ସମ୍ପଦ ବିଭାଗର ନିମ୍ନ ମାନର କାମକୁ ନେଇ ବିରୋଧ।ନାହଙ୍ଗ ପଞ୍ଚାୟତ ର ମହାଦେବ ଙ୍କ ନିକଟକୁ ହଉଥିବା ଢାଳେଇ ରାସ୍ତା ରେ ଅନିୟ ମିତତା ଅଭିଯୋଗ।ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକାରେ ଏଠି ବଳି ପଡୁଛି ଲୋକଙ୍କ ସମସ୍ୟା।ସବୁଠୁ ସମ୍ବେଦନଶୀଳ କଥା ହେଉଛି ଏଠି ମନ୍ଦିର କୁ ରାସ୍ତା କାମରେ ବି ପଛାଉ ନାହାନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ।ଯନ୍ତ୍ରୀ କହୁଛନ୍ତି ସବୁ ଠିକ ଚାଲିଛି। ହେଲେ ଦୃଶ୍ୟ କହୁଛି ଏଠି ସବୁ ଘଟାଲା।ଯାହାକୁ ନେଇ ସ୍ଥାନୀୟ ଅଂଚଳରୁ ବିରୋଧ ହୋଇଛି।ଏଠି ପ୍ରତିବାଦ କଲେ ଉଠୁଛି ହତିଆର।ବିରୋଧ କଲେ ହେଉଛି ଥାନାରେ ମାମାଲା।ଏକଥା ଆମେ କୋହୁନୁ ।ଏଠି ବିରୋଧ କରିବାରୁ ଥାନାରେ ମାମଲା ହୋଇ ଥିବା ନେଇ କହି ଛନ୍ତି ଅଭିଯୋଗ କାରୀ।
ଉଭୟ ପକ୍ଷରୁ ମାମଲା କୁ ନେଇ ପୋଲିସ ର ଭୂମିକା ଚର୍ଚ୍ଚାରେ ଥିବା ବେଳେ କାମ କୁ ନେଇ ବିଭାଗୀୟ ତଦନ୍ତ ପାଇଁ ଦାବି ଉଠୁଛି . ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ମଧୁ ଚନ୍ଦ୍ରିକା l ବଳି ପଡୁଛି ସାଧାରଣ ସ୍ୱାର୍ଥ l ନିମ୍ନ ମାନର ରାସ୍ତା କାମ କୁ ନେଇ ଥାନାରେ ଅଭିଯୋଗ l କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ନହଙ୍ଗ ପଞ୍ଚାୟତ ନୀଳକଣ୍ଠ ପୁର ଛକ ନିକଟରୁ ଗୋବରୀ ବାମ ପାର୍ଶ୍ଵ ଆରେତେଶ୍ୱ ମହାଦେବ ମନ୍ଦିର କୁ ଯିବା ପାଇଁ ଢଳାଇ ରାସ୍ତା ଅତି ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ l Reporter_ kendrapada_dairari jena