ମହିଳା ଭୋଟରଙ୍କୁ ଶାଢ଼ୀ ବାଣ୍ଟିବାକୁ ଶାସକ ଦଳର ଯୋଜନା ; ମାଡ଼ିବସିଲା ପୋଲିସ

ଗଞ୍ଜାମ; ପୌର ନିର୍ବାଚନରେ ଜିତିବା ପାଇଁ ଅଭିନବ ଉପାୟରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖୁଛନ୍ତି ପ୍ରାର୍ଥୀ ଏବଂ ରାଜନୈତିକ ଦଳ। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରୁ ଆସିଛି ଏଭଳି ଏକ ନିଆରା ଦୃଶ୍ୟ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କୋଦଳା ଏନଏସି ର ଖଦାଳ ସାହିରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଛି।

ବିଜେପି ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ସାହିରେ କୋଦଳା ପୋଲିସ ଟିମ୍ ଚଢ଼ାଉ କରି ବହୁ ସଂଖ୍ୟକ ଶାଢୀ ଜବତ କରିବା ସହ ଜଣଙ୍କୁ ଥାନାକୁ ଉଠାଇ ଆଣିଥିବା ଜଣାପଡିଛି। ତେବେ ପ୍ରାରମ୍ଭିକ ସୂଚନା ଅନୁସାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ଏଭଳି ହୀନ ଉଦ୍ଯମ ଜଣେ ଠିକାଦାରଙ୍କ ପକ୍ଷରୁ କରାଯାଇଥିବା କୁହାଯାଉଛି।

Share this…
Share on Facebook

Facebook