ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ଗୁରୁତର l

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗାଁ ରେ ଦୁର୍ଘଟଣା l କୌଣସି କାମ ପାଇଁ କଣ୍ଡାର ଗ୍ରାମ ର ନରହରି ଦେହୁରୀ (23) ଓ ମୁନା ଦେହୁରୀ (18) ଵିରାଶାଳ କୁ ଆସିଥିଲେ l କାମ ସାରି ନିଜ ଗ୍ରାମ କଣ୍ଡାର ଫେରୁଥିବା ସମୟ ରେ ରହଣି ବିରାଶାଳ ଛକ ନିକଟସ୍ଥ ଶିବ ମନ୍ଦିର ଠାରେ ଅଜଣା ବୋଲରଟିଏ ସେମାନଙ୍କ ବାଇକ କୁ ଧକ୍କା ଦେଇଥିଲା l ଫଳରେ ସେମାନେ ଗାଡ଼ିରୁ କିଛି ଦୂର ଛିଟିକି ପଡ଼ିଥିଲେ l

ସ୍ଥାନୀୟ ଲୋକଙ୍କ ସହାୟତା ରେ 108 ଆମ୍ବୁଲାନ୍ସ ଦ୍ଵାରା କାମାକ୍ଷାନଗର ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି l ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ରିପୋର୍ଟର :- ହିତେନ୍ଦ୍ର ବିଶ୍ୱାଳ

Share this…
Share on Facebook

Facebook