ପୁଣି ଚର୍ଚ୍ଚାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାଂସଦ ପ୍ରତାପ ଷଢଙ୍ଗୀ

ଜଳେଶ୍ୱର: ପୁଣି ଚର୍ଚ୍ଚାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାଂସଦ ପ୍ରତାପ ଷଢଙ୍ଗୀ । ଏଥର ପୌର ନିର୍ବାଚନ ପାଇଁ ପାଦରେ ନୁହେଁ ସାଇକେଲରେ ପ୍ରଚାର କରିବାସହ ଭୋଟ ଭିକ୍ଷା କରିଛନ୍ତି । ଜିଲ୍ଲାରେ ଦଳ ପଂଚାୟତ ନିର୍ବାଚନରେ ବିଫଳ ହେବା ପରେ ପୌର ଗଡ଼ ଦଖଲ କରିବାକୁ ଷଢଙ୍ଗୀ ଅଂଟା ଭିଡ଼ିଛନ୍ତି । କେଉଁଠି ପାଦରେ ଚାଲି ଚାଲି ପ୍ରଚାର କରୁଛନ୍ତି ତ କେଉଁଠି ସାଇକେଲରେ ପ୍ରଚାର କରୁଛନ୍ତି ।

ଜଳେଶ୍ୱର ପୌର ପରିଷଦର ୧୩ ନଂ ୱାର୍ଡ଼ ନିନ୍ଦକା ଗ୍ରାମରେ ସାଂସଦ ସାଇକେଲରେ ପ୍ରଚାର କରିବା ସହ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ । କେନ୍ଦ୍ର ସରକାରଙ୍କ ଜନହୀତକାର ଯୋଜନାକୁ କିପରି ଭାବରେ ଲୋକମାନେ ଉପକୃତ ହେବେ ତାହା ଉପରେ ଭୋଟରକୁ ବୁଝାଇ ଥିଲେ । ଏହାସହ ରାଜ୍ୟ ସରକାରଙ୍କ ଜନମାରଣ ନୀତିକୁ ତିବ୍ର ସମାଲୋଚନା କରିଥିଲେ ।

ରାଜ୍ୟରେ କ୍ଷମତାରେ ଥିବା ବିଜେଡ଼ି ସରକାର ସମୟରେ ଅଂଚଳରେ ବିନାଶ ହୋଇଥିବା ସାଂସଦ କହିଛନ୍ତି । ଯଦି ବିଜେପି କ୍ଷମତାକୁ ଆସେ ଜଳେଶ୍ୱର ପୌର ପରିଷଦ ଆଗାମୀ ଦିନରେ ବିକାଶ ହେବା ନେଇ ପ୍ରତିଶୃତି ଦେଇଛନ୍ତି । ଜଳେଶ୍ୱରରୁ ନବୀନ ସାହୁଙ୍କ ରିପୋର୍ଟ ଅଫତାବ ନ୍ୟୁଜ୍

Share this…
Share on Facebook

Facebook