ମେୟର ଓ କର୍ପୋରେଟରଙ୍କ ପାଇଁ ଭୋଟ ଭିକ୍ଷା କଲେ ବିଧାୟକ ଓ ସାଂସଦ

ବ୍ରହ୍ମପୁର ମହାନଗର ନିଗମରେ ଏବେ ପ୍ରଚାର ଜୋର୍ ଧରିଛି। ବିଜେଡି ଓ ବିଜେପି ପ୍ରାର୍ଥୀ ବିଭିନ୍ନ ୱାର୍ଡରେ ଘର ଘର ବୁଲି ପ୍ରଚାର କରୁଛନ୍ତି । ଆଜି ବିଜେଡି ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ରୋଡ୍ ସୋ’ରେ ବୁଲି ସାହି ସାହିରେ ଭୋଟ ଭିକ୍ଷା କରୁଛନ୍ତି। ସାଙ୍ଗରେ କର୍ପୋରେଟର ପ୍ରାର୍ଥୀଙ୍କୁ ନେଇ ପ୍ରଚାର କରିବା ସହ ବିଜେଡି ସପକ୍ଷରେ ଭୋଟ ମାଗୁଛନ୍ତି ।

ଆଜି ବ୍ରହ୍ମପୁର ମହାନଗର ନିଗମ ୩୪ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଟୀ. ତିରିପତି ପାତ୍ରଙ୍କୁ ନେଇ ପ୍ରଚାର ଜୋରଦାର ହୋଇଛି । ୩୪ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଟୀ. ତିରିପତି ପାତ୍ର ଓ ପୂର୍ବତନ କର୍ପୋରେଟର ତଥା ମମତା ପାତ୍ର ପାଇଁ ଷ୍ଟାରପ୍ରଚାରକ ଭାବେ ମୈଦାନକୁ ଓଲ୍ହାଇଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ,ବିଧାୟକ ବିକ୍ରମ କୁମାର ପଣ୍ଡା,ପୂର୍ବତନ ବିଡିଏ ଅଧକ୍ଷ ତଥା ରାଜ୍ୟ ସମ୍ପାଦକ ସୁବାସ ମହାରଣା ।

ମେୟର ପ୍ରାଥୀନି ସଙ୍ଗମିତ୍ରl ଦଳାଇ ଖୋଲା ଜିପରେ ଭାବlନଗର ଛକରୁ ବାହାରି ଫ୍ରେଣ୍ଡସ କଲୋନୀ, କୃଷ୍ଣ ନଗର, ଗୋଇଲୁଣ୍ଡି ଛକ ଚାଁଛଡା ପଥର, ଗୋଇଲୁଣ୍ଡି ଛକ ଠାରେ କାଯ୍ୟlଳୟ ଉଦଘାଟନ, ଶାନ୍ତିନଗର, ବିଦ୍ୟା ନଗର ସମେତ ପୁରା ୩୪ ନମ୍ବର ୱାର୍ଡ ବୁଲି ଟୀ. ତିରିପତି ପାତ୍ର ଓ ମେୟର ପ୍ରାଥିନି ସଂଘମିତ୍ରା ଦଳେଇଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ ବିଧାୟକ ଓ ସାଂସଦ ।

ରାଜ୍ୟ ସରକାରଙ୍କ ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇ ବିଜେଡିକୁ ଚୟନ କରିବାକୁ ଟୀ. ତିରିପତି ପାତ୍ର ଭୋଟରଙ୍କୁ ଅନୁରୋଧ କରିଥିଲେ l ଅଶ୍ୱିନୀ ପଟ୍ଟନାୟକ, ଅଶୋକ ସାହୁ, ଅର୍ଜୁନ ପାତ୍ର, ନବୀନ ପଣ୍ଡିତ କାହ୍ନl ପାତ୍ର, ଦୀପକ ପାତ୍ର, ସୁବାସ ପାତ୍ର, ଲକ୍ଷ୍ମୀ ପାତ୍ର, ସୁମିତ୍ରା ପାତ୍ର, ସୁଜାତା ପାତ୍ର, ରିଙ୍କି ପାତ୍ର ସମେତ ବହୁ ସ୍ଥାନୀୟ ଲୋକେ ସାମିଲ ଥିଲେ l

Share this…
Share on Facebook

Facebook