ଗଳା ପୋଲ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଭଦ୍ରକ- କେନ୍ଦ୍ରସରକାରଙ୍କ ଦ୍ୱାରା ଚାଲୁରହିଥିବା ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଅନେକ ସମୟରେ ଯାତାୟାତ ବାଧାପ୍ରାପ୍ତ ହେଉଥିବାବେଳେ କାର୍ଯ୍ୟ ଦାଈତ୍ୱରେ ଥିବା ଠିକା ସଂସ୍ଥା ଦିଲ୍ଲୀପ ବିଲଡର କୁ ମଧ୍ୟ ଅନେକ ସମୟରେ ଲୋକଙ୍କ ଆକ୍ରୋଶ ସହିବାକୁ ପଡୁଛି |କେଉଁଠି ଗଳା ପୋଲ ପାଇଁ ଲୋକ ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେଣି ତ ଆଉ କେତେବେଳେ କେଉଁଠି କାର୍ଯ୍ୟର ବିଳମ୍ବକୁ ନେଇ ଲୋକଙ୍କ ଅସନ୍ତୋଷ ଦେଖିବାକୁ ମିଳୁଛି |ଏଭଳି ଏକ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଭଦ୍ରକ ବ୍ଲକ ରାହାଞ୍ଜ ଅସୁରା ଗ୍ରାମବାସୀ ମାନେ |

ଅଭିଯୋଗ ଅନୁଯାଇ ଜାତୀୟ ରାଜପଥର ଅପର ପାର୍ଶ୍ୱରେ ଶତାଧିକ ଏକର ଚାଷ ଜମି ଗ୍ରାମବାସୀଙ୍କର ଅଛି, ବିଦ୍ୟାଳୟ ଅଛି,ସେବାସମବାୟ ସମିତି ମଧ୍ୟ ଅଛି ତେଣୁ ଚାଷ ସମୟରେ ଧାନ ଅମଳ କରି ଘରକୁ ଆଣିବାରେ ଅନେକ ସମସ୍ୟା ଦେଇ ଗତିକାରିବାକୁ ପଡିବ ଏବଂ ସେବା ସମବାୟ ସମିତି କୁ ଧାନ ବିକ୍ରୟ ପାଇଁ ଯିବା ପାଇଁ ମଧ୍ୟ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିବ ତେଣୁ ଏ ବାବଦ ଆଗରୁ ଅନେକ ଥର ଜିଲ୍ଲାପ୍ରଶାସନ କୁ ଦୃଷ୍ଟି ଆକର୍ଷଣ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ବୁଧବାର ପୁଣି ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ପହଂଚିଥିଲେ ଗ୍ରାମବାସୀ |

ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ସମସ୍ୟାକୁ ଆଖିଆଗରେ ରଖି ଗଳା ପୋଲ ନିର୍ମାଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକନ୍ତି ତେବେ ରାହାଞ୍ଜ ଓ ଅସୁରା ଗ୍ରାମର ଗ୍ରାମବାସୀ ମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓଲ୍ହାଇବା ନେଇ ଚେତାବନୀ ଦେଇଛନ୍ତି |

Share this…
Share on Facebook

Facebook