ମାଓ ଦମନ ର ସମୀକ୍ଷା

ମାଲକାନଗିରି- ସାଧାରଣ ଲୋକଙ୍କ ସୁରକ୍ଷା ବି.ଏସ.ଏଫର ପ୍ରାଥମିକତା । ବି.ଏସ.ଏଫ ଜବାନ ମାନେ ଓଡିଶା , ଆନ୍ଧ୍ରପ୍ରଦେଶ ସିମାର ସ୍ୱାଭିମାନ ଅଂଚଳ ଓ ଓଡିଶା ଛତିଶଗଡ ତୁଳସି ଅଂଚଳରେ କାର୍ଯ୍ୟରତ ଅଛନ୍ତି । ବିଗତ ୨୦ ବର୍ଷ ପୂର୍ବେ ମାଓବାଦୀ ମାନେ ଅବାଦରେ ଚଳ ପ୍ରଚଳ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବହୁ ହିଂସା ଘଟାଉ ଥିଲେ । ତେଣୁ ଲୋକ ମାନେ ମଧ୍ୟ ଭୟବିତ ହୋଇ କାଳତିପାତ କରୁଥିଲେ । ବର୍ତମାନ ବି.ଏସ.ଏଫ ମୃତୟନ ପରେ ଦିବା ରାତ୍ର କର୍ତବ୍ୟ ସମ୍ପାଦନ କରିବା ଫଳରେ ମାଓ ହିଂସା ହ୍ରାସ ପାଇଛି ବୋଲି ବି.ଏସ.ଏଫ ଆଇ.ଜି ସତିସ ଚନ୍ଦ୍ର ବୁଦାକୋଟି ପ୍ରକାଶ କରିଛନ୍ତି ।

ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଏମ.ଭି-୦୩ ସ୍ଥିତ ବି.ଏସ.ଏଫ କ୍ୟାମ୍ପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ସେ ଏହା ପ୍ରକାଶ କରିଛନ୍ତି । ବି.ଏସ.ଏଫ ମୁଖ୍ୟତଃ ପୋଲିସ ଓ ଏସ.ଓ.ଜି ଯବାନଙ୍କୁ ଜିଲ୍ଲା ପ୍ରଶାସନର ଉନ୍ନୟନ କାମରେ ସହାୟତା କରିବାକୁ ଆସିଛି ।

ବି.ଏସ.ଏଫ ମୃତୟନ ପରେ ଜିଲ୍ଲାର ସ୍ୱାଭିମାନ ଅଂଚଳ ଓ ଅନାନ୍ୟ ଦୁର୍ଗମ ଅଂଚଳରେ ରାସ୍ତା , ବିଦ୍ୟାଳୟ , ଚିକିତ୍ସାଳୟ , ପୋଲ ଭଳି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସହ ଗ୍ରାମାଂଚଳରେ ମୋବାଇଲ୍ ଟାୱାର୍ ପ୍ରତିଷ୍ଠା ହୋଇ ପାରିଛି । ପୂର୍ବରୁ ସ୍ୱାଭିମାନ ଅଂଚଳ ବିଚ୍ଛିନ୍ନ ଥିବା ବେଳେ ବର୍ତମାନ ସଂପୃକ୍ତ ଅଂଚଳରେ ବିକାଶର ଧାରା ଦୃତ ଗତିରେ ଆଗେଇ ଚାଲିଛି ବୋଲି ଆଇ.ଜି ଶ୍ରୀ ବୁଦାକୋଟି ପ୍ରକାଶ କରିଛନ୍ତି ।

ରିପୋର୍ଟ -ଶିବ ପ୍ରସାଦ ଦାସ
ମାଲକାନଗିରି

 

Share this…
Share on Facebook

Facebook