ଜୀବନ ନେଲା ଟ୍ରେଡିଂ ରୋଜଗାର

ଜଳେଶ୍ବର: ଟ୍ରେଡିଂ ରେ ବିଫଳ ହୋଇ ଜୀବନ ହାରିଲେ ଯୁବକ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଳକ ଆମ୍ବଳିଅଠା ଗ୍ରାମରେ ଦେଖିବାକୁ ମିଳିଛି
ବ୍ଲାକମେଲର ଶିକାର ହୋଇ ଆତ୍ମହତ୍ୟା କଲେ ଯୁବକ
ଟ୍ରେଡିଂ ଏଣ୍ଡ ଗେମିଙ୍ଗରେ ଫେକ୍ ଆକାଉଣ୍ଟ ନେଲା ଜୀବନ । ଶେଷରେ ଦୁଇଟି ଚିଠି ଲେଖି ଜୀବନ ହାରିଲେ ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁ ର ସୌମିତ୍ର ନନ୍ଦୀ । ସାଙ୍ଗମାନେ  ଟ୍ରେଡିଂ ଓ ଗେମିଙ୍ଗରେ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ଖେଳୁଥିଲେ ।  ଯେତେବେଳେ ହାରି ଯାଉଥିଲେ ସାଙ୍ଗମାନେ ଜବରଦସ୍ତି ଟଙ୍କା ଆଦାୟ କରୁଥିଲେ ।
ସୂଚନା ମୁତାବକ ଜଳେଶ୍ବର ଥାନା ଅନ୍ତର୍ଗତ ଅମ୍ବଳିଅଠା ଗ୍ରାମର ସୌମିତ୍ର ନନ୍ଦୀ। ବାଙ୍ଗାଲୋର ଠାରେ ଇନ୍ଫୋସିସ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେଠାରେ କିଛି ସାଙ୍ଗ ତାଙ୍କ ID କୁ ବ୍ୟବହାର କରି ଟ୍ରେଡିଂ ଏଣ୍ଡ ଗେମିଙ୍ଗରେ ଟଙ୍କା ଲଗାଇଥିଲେ । ଯେତେବେଳେ କ୍ଷତି ସହୁ ଥିଲେ ସେତେବେଳେ ସାଙ୍ଗ ମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ମାଗିଥିବା ପରିବାର ଲୋକେ କହିଛନ୍ତି ।
ଏହିପରି ସୌମିତ୍ର ଲକ୍ଷାଧିକ ଟଙ୍କା ତାଙ୍କ ସାଙ୍ଗ ମାନଙ୍କୁ ଦେବା ସତ୍ୱେ ବାକି ଟଙ୍କା ନଦେଇ ପାରିବାରୁ ଜଳେଶ୍ବର ଥାନାରେ ମାମଲା ପହଞ୍ଚିବା ପରେ ତାଙ୍କ ବାପା ଜମି ଜାଗା ବିକ୍ରି କରି ୧୨ ଲକ୍ଷ ଟଙ୍କା ଶୁଝିଥିବା କଥା କହିଛନ୍ତି । ଏହିଭଳି ବାରମ୍ବାର ବ୍ଲାକମେଲର ଶୀକାର ହେବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ତେବେ ତାଙ୍କ ମୃତ୍ୟୁ ପାଇଁ ଜଳେଶ୍ୱର iic rojaline ବେହେରା କୁ ପରିବାର ଲୋକେ ଦାୟୀ କରିଛନ୍ତି।।ସୌମିତ୍ର ନନ୍ଦି ବାପା ଟଙ୍କା ପରିଷଦ କରି ଥିଲେ ମଧ୍ୟ iic ରାଜଳିନ ବେହେରା laptop ଓ mobile ରଖିଛନ୍ତି ବୋଲି ମାମୁ ସୁରପତି ପ୍ରଧାନ କହିଛନ୍ତି।ଏବଂ iic ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। iic ଙ୍କ ପ୍ରତିକ୍ରିୟା ମିଳିପାରିନାହି।

Share this…
Share on Facebook

Facebook