କାମାକ୍ଷାନଗର ଏନଏସିରେ ବିଜେପିର ପଥପ୍ରାନ୍ତ ସଭା

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିରେ ବିଜେପି ପକ୍ଷରୁ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଯାଇଛି । କାମାକ୍ଷାନଗର ଏନଏସିରେ ଚେୟାରମ୍ୟାନ୍ ପ୍ରାର୍ଥୀ ରଞ୍ଜିତ କୁମାର ସାହୁଙ୍କୁ ବିପୁଳ ପରିମାଣରେ ଭୋଟ ଦେବା ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ନିବେଦନ କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନାହିତକର କାର୍ଯ୍ୟକୁ ଗାଁ ଠାରୁ ସହର ସବୁଠି ପହଞ୍ଚିବା ପାଇଁ ଲୋକଙ୍କ ସମର୍ଥନ ଲୋଡ଼ା ଥିବା ସେ ନିଜ ବକ୍ତବ୍ୟରେ କହିଥିଲେ ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା ଏବଂ ତାଙ୍କ ସହଯୋଗୀ ବିଜେପିର ନେତୃବୃନ୍ଦ କାମାକ୍ଷାନଗର ଏନଏସିରେ ଥିବା ସମସ୍ତ ୧୫ ଗୋଟି ୱାର୍ଡକୁ ବୁଲି ଭୋଟ ଭିକ୍ଷା କରିବା ସହ କାମାକ୍ଷାନଗର କଳ୍ପନା କ୍ଲବ ସାମ୍ନାରେ ଏକ ପଥପ୍ରାନ୍ତ ସଭା ଆୟୋଜିତ କରିଥିଲେ ।

ସମଗ୍ର ଦେଶରେ ମୋଦିଙ୍କର ଲହରୀ ଜନ ସେବାର ବଡ଼ ନିଦର୍ଶନ ହୋଇଥିବା ବେଳେ ଚଳିତ ପୌର ଓ ଏନଏସି ଇଲେକ୍ସନରେ ଲୋକମାନେ ବିପୁଳ ପରିମାଣରେ ଜନମତ ଦେବେ ବୋଲି ବିଜେପିର ବରିଷ୍ଠ ନେତା ମାନେ ପ୍ରକାଶ କରିଛନ୍ତି । କାମାକ୍ଷାନଗର ଏନଏସିର ସମସ୍ତ କାଉନସିଲର ଓ ଚେୟାରମ୍ୟାନ୍ ପ୍ରାର୍ଥୀଙ୍କୁ ଆଗାମୀ ୨୪ ତାରିଖ ନିର୍ବାଚନରେ ନିଜର ବହୁମୂଲ୍ୟ ଭୋଟ ଖଣ୍ଡିକ ବିଜେପି ପ୍ରାର୍ଥୀଙ୍କୁ ଦେବାକୁ ସେମାନେ ନିବେଦନ କରିଛନ୍ତି ।Reporter- ପଦ୍ମନାଭ ଦାସ

Share this…
Share on Facebook

Facebook