ମିଠା ଲାଗିଲା ଶଳା ଭାଉଜ ପ୍ରେମ;ସ୍ତ୍ରୀ କୁ ହତ୍ୟା କରି ଶଳା ଭାଉଜ ଧରି ଫେରାର

କେନ୍ଦୁଝର – ନିଜ ସ୍ତ୍ରୀ କୁ ହତ୍ୟା କରି ଶଳା ଭାଉଜ କୁ ସାଙ୍ଗରେ ଧରି ଫେରାର ହେଲେ ଯୁବକ। ଥାନା ରେ ଅଭିଯୋଗ। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରେକୁଟିଆ ଗାଁରେ ଘଟିଛି ଅଘଟଣ।ଗାଁର ତ୍ରିଲୋଚନ ଯେନା ନାମକ ଯୁବକ ନିଜ ବିବାହିତ ସ୍ତ୍ରୀ ଙ୍କୁ ହତ୍ୟା କରିବା ପରେ ନିଜ ଶଳା ଭାଉଜ ଙ୍କୁ ନେଇ କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ୭ବର୍ଷ ପୂର୍ବରୁ ରେକୁଟିଆ ଗାଁର ତ୍ରିଲୋଚନ ଯେନା ଜଳସୁଆଁ ଗାଁର ନନ୍ଦିନୀ ଯେନା ଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲେ। କିଛି ଦିନ ପରେ ଉଭୟ ଙ୍କ ମଧ୍ୟରେ ମାନ ମନାନ୍ତର ସୃଷ୍ଟି ହୋଇଥିଲା ଫଳରେ ଉଭୟ କିଛି ଦିନ ଧରି ଶ୍ୱଶୁର ଘର ଜଳସୁଆଁ ରେ ରହୁଥିଲେ।

ଏହି ସମୟରେ ନିଜ ଶଳା ଭାଉଜ ଙ୍କ ସହ ତ୍ରିଲୋଚନ ଙ୍କର ଅନୈତିକ ସମ୍ପର୍କ ଗଢି ଉଠିଥିଲା। ତିନି ଦିନ ତଳେ ସ୍ତ୍ରୀ ଙ୍କୁ ସାଙ୍ଗରେ ଧରି ତ୍ରିଲୋଚନ ନିଜ ଘର ରେକୁଟିଆ କୁ ପଳାଇ ଆସିଥିଲେ। ଆଜି ନନ୍ଦିନୀ ଙ୍କୁ ହତ୍ୟା କରି ଶ୍ୱଶୁର ଘରକୁ ଯାଇ ଶଳା ଭାଉଜ ଙ୍କୁ ଧରି କେଉଁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ଶ୍ୱଶୁର ଘର ଲୋକେ। ନନ୍ଦିନୀ ଙ୍କୁ ପରିବାର ଲୋକେ ଆନନ୍ଦପୁର ମେଡିକାଲ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି। ତ୍ରିଲୋଚନ ଙ୍କ ଶଳା ହୀରଣ୍ୟ ଯେନା ଏସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

Share this…
Share on Facebook

Facebook