ସ୍କୁଲ କୁ ଟାଟା ଏସି ରେ ଯିବା ପଡିଲା ମହଙ୍ଗା l

କେନ୍ଦ୍ରାପଡା : ଏକ ଟାଟା ଏସି ଗାଡିରେ ଘରୋଇ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ପାଇଁ ଯାଉଥିବା ବେଳେ ଘଟିଛି ଅଘଟଣ।ଗାଡି ଚାଲୁଥିବା ବେଳେ ଜୁଣ ଛକ ନିକଟରେ ସ୍କୁଲ ଗାଡିର ରେଡିଭେଟର ଫାଟିବାରୁ ଗରମ ପାଣି ବାହାରି ଗାଡି ଆଗ ସିଟ୍ ରେ ବସିଥିବା ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀ ମାନେ ସ୍କୁଲକୁ ପାଠ ପଢିବା ପାଇଁ ସ୍ଳୁଲ ଟାଟା ଏସି ଗାଡିରେ ଛାତ୍ର ଛାତ୍ରଛାତ୍ରୀ ମାନେ ଯାଉଥିବା ବେଳେ ମାର୍ଶାଘାଇ ଜୁଣଛକ ନିକଟରେ ଗାଡିର ରେଡ଼ିଭେଟର ଫାଟି ଯାଇଥିଲା । ଫଳରେ ଗାଡି ରୁ ଗରମ ପାଣି ବାହାରି ଆଗରେ ବସିଥିବା ୩ ଜଣ ଛାତ୍ର ଙ୍କ ଉପରେ ପଡିଥିଲା । ଗାଡିଟି ଅଟକି ଯାଇଥିଲା ।

ସେମାନଙ୍କ ଦେହ ସାରା ଫୋଟକା ହୋଇଯାଇଥିବାରୁ ଚିତ୍କାର ସୁଣି ସେମାନଙ୍କୁ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମାର୍ଶାଘାଇ ମେଡିକାଲ ନେଇଥିଲେ । ଖବର ପାଇ ଅଭିଭାବକ ଏବଂ ସ୍କୁଲ ର ଅଧ୍ୟକ୍ଷା ଡାକ୍ତରଖାନାରେ ପହଞ୍ଚି ଆହତ ଛାତ୍ର ମାନଙ୍କୁ ଭେଟିଛନ୍ତି।

Share this…
Share on Facebook

Facebook