ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ ଘଣ୍ଟେଶ୍ୱର ଗୋପୀନାଥପୁର ପଂଚାୟତ ବାଲିପଦା ଗାଁରେ ଘଟିଛି ଘଟଣା, ସ୍ୱାମୀ ଗର୍ଭବତୀ ଥିବା ସ୍ତ୍ର , ମାଳତୀ ବିଶ୍ୱାଳଙ୍କୁ କିରୋସିନ ଢାଳି ପୋଡି ଦେଇଥିଵା ଅଭିଯୋଗ କରିଛନ୍ତି ମୃତଙ୍କ ବାପଘର ଲୋକେ l ମାଳତୀକୁ ତାଙ୍କ ସ୍ୱାମୀ କିରୋସିନ ଢଳି ନିଆଁ ଲଗାଇ ଦେବାରୁ ମାଳତୀଙ୍କୁ ଗୁରୁତ୍ୱର ଅବସ୍ଥାରେ ବାଲିପଦା ଗ୍ରାମର ସାହି ଲୋକ ଉଦ୍ଧାର କରି କଟକ ବଡ ମେଡିକାଲକୁ ନିଆ କରାଯାଇଥିଲେ ମଧ୍ୟ ମାଳତୀଙ୍କର ୧୨ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି l
ବାଲିପଦା ଗାଁରେ ବାଇଧର ବିଶ୍ୱାଳଙ୍କ ଝିଅ ମାଳତି ବିଶ୍ୱାଳ ସେହି ଗାଁରେ ପ୍ରପୁଲ ବେହେରାଙ୍କ ପୁଅ ହୃଷିକେଶ ବେହେରାଙ୍କୁ ୨୦୧୪ ରେ ପ୍ରେମ ବିବାହ କରିଥିଲେ ଏବେ ତାଙ୍କ ପାଞ୍ଚ ବର୍ଷର ଛୋଟ ଝିଅ ଅଛି ବୋଲି ସୂଚନା ମିଳିଛି l ବିବାହ ପରେ ଅନେକ ଥର ମାଳତୀଙ୍କୁ ତାଙ୍କ , ସ୍ୱାମୀ ହୃଷିକେଶ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରିଛନ୍ତି ମାଳତିଙ୍କ ବାପଘର ଲୋକ l
ମାଳତିଙ୍କ ଶ୍ବଶୁର ଘରେ ବାଁଶଡ଼ା ପୋଲିସ ଓ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି ।ଏଥିନେଇ ବାଁଶଡ଼ା ଥାନାରେ କେସ ନୁମ୍ବର ୧୦୬/୨୦୨୨ ମୂଳେ ଏକ ମାମଲା ରୁଜୁ କରିବା ସହିତ ମାଳତିଙ୍କ ସ୍ୱାମୀ ହୃଷିକେଶ ବେହେରାଙ୍କୁ ଅଟକ ରଖିଛି ପୋଲିସ ।। *ଚାନ୍ଦବାଲି ରୁ ରାକେଶ ନାୟକ Aftab News l