ଭଞ୍ଜନଗର ଏନ ଏ ସି ଓ ବିଦ୍ୟୁତ ବିଭାଗ ମଧ୍ୟରେ ଶୀତଳ ଯୁଦ୍ଧ ।

ଭଞ୍ଜନଗର- ପୌର ପରିଷଦ ନିର୍ବାଚନ ପାଇଁ ଭଞ୍ଜନଗର ଏକପ୍ରକାର ଚଳ ଚଞ୍ଚଳ ଲାଗିରହିଥିବା ବେଳେ । ବକେୟା ଅର୍ଥ କୁ କେନ୍ଦ୍ରକରି ବିଦ୍ୟୁତ ବିଭାଗ ଓ ଏନଏସି ମଧ୍ୟରେ ଟଣାଓଟରା କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ୪୦ ହାଜାର ଟଙ୍କା ବକେୟା ପାଇଁ ଏନ ଏସି ର ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ରର ବିଦ୍ୟୁତ କାଟି ଦେବା ଫଳରେ ଦୁଇ ବିଭାଗ ମଧ୍ୟରେ ଆରମ୍ଭ ହୋଇଯାଛି ଶୀତଳ ଯୁଦ୍ଧ ।
ବିଦ୍ୟୁତ ବିଭାଗ ଅର୍ଥାତ ଟିପିଏସଓଡିଏଲ ର ମନମୁଖୀ କାର୍ଯ୍ୟକୁ ନେଇ ସବୁଠି ଅସନ୍ତୋଷ ଦେଖାଦେଉଥିବା ବେଳେ ଏନ ଏସି ସହିତ ମାନମାନି ଏବେ ମହଙ୍ଗା ପଡିଛି । ଏନଏସି ର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର (mcc) ର ୪୦ ହଜାର ବିଦ୍ୟୁତ ବିଲ ବକେୟା ଦେଖାଇ କେନ୍ଦ୍ରର ବିଦ୍ୟୁତ ବିଛିର୍ଣ୍ଣ କରିବା ସହ ଆଗାମୀ ଦିନରେ ବକେୟା ବିଲ ତୁରନ୍ତ ପଇଠ କରାନଗଲେ ଷ୍ଟ୍ରୀଟ ଲାଇଟ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରାଯିବ ବୋଲି ବିଦ୍ୟୁତ ବିଭାଗ ଧମକ ଦେଇଛି । ଯାହାକୁ ନେଇ ଏନ ଏସିର ରାଗ ଚରମସୀମାରେ ପଂହଁଚି ଯାଇଛି । ଏନ ଏସି ପକ୍ଷରୁ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରାଯାଇଛି । ଦୀର୍ଘ ବର୍ଷ ହେଲା ବିଦ୍ୟୁତ ବିଭାଗ ହୋଲ୍ଡିଂ ଟ୍ୟାକ୍ସ ଠାରୁ ଆରମ୍ଭ କରି ଗ୍ରାଉଣ୍ଡ ଟ୍ୟାକ୍ସ ଆଦି ହିସାବ କରି ଟ.୨୧,୧୧,୬୬,୭୦୮ ଟଙ୍କା ଅର୍ଥାତ ୨୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଏକ ପାଲଟା ନୋଟିସ ପଠାଇଛି । ଉକ୍ତ ଅର୍ଥ ରାଶିକୁ ୧୫ ଦିନ ମଧ୍ୟରେ ପଇଠ କରିବାକୁ ଚିଠିରେ ଜଣାଯାଇଛି ।

ବିଦ୍ୟୁତ ବିଭାଗ ଘରୋଇକରଣ ହେବାପରଠାରୁ ଅର୍ଥାତ ଟିପିଏସଓଡିଏଲ ହାତକୁ ଯିବା ପରଠାରୁ ବିଦ୍ୟୁତ ସେବା ତ ନୁଁହ ଏହା ଏକ ବ୍ୟବସାୟ ହୋଇ ପଡିଛି କେବଳ ଲାଭ ଆଶାରେ କମ୍ପାନୀ ଲୋକମାନଙ୍କୁ ଶୋଷଣ ଆରମ୍ଭ କରିଦେଇଛି । ବିଭିର୍ଣ୍ଣ ଦିଗରୁ ଭିର୍ଣଭିର୍ଣ ପ୍ରଣାଳୀରେ ଗ୍ରାହକଙ୍କୁ ଶୋଷଣ କରିବାରେ ଲାଗିଛି କମ୍ପାନୀ । ଯାହାକୁ ନେଇ ଗାଁ ଠୁ ସହର ସବୁଠି ଅସନ୍ତୋଷ ପ୍ରକାଶ ପାଇଛି । ଏବେ ଏନ ଏସି ର 2007 ମସିହା ପରଠାରୁ 21 କୋଟିରୁ ଉର୍ଦ୍ଧ ଟଙ୍କା ବକେୟା ଖବର ପ୍ରଘଟ ହେବାପରେ ବିଭାଗ ର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଲାଭ ଖୋର ଚାଂହୁଥିବା କମ୍ପାନୀ ବହିଷ୍କାର ପାଇଁ ସାଧାରଣରେ ଦାବି ହେବା ସହ ସାଧାରଣ ଲୋକଙ୍କ ପ୍ରତି କମ୍ପାନୀ ଜୁଲମ ବନ୍ଦ କରୁ ବୋଲି ଦାବି ହୋଇଛି ।

Share this…
Share on Facebook

Facebook