ଜିଅନ୍ତା ଜାଳିଦେଲା ବଏଫ୍ରେଣ୍ଡ

ପରଜଙ୍ଗ- ପ୍ରଥମେ ବିବାହିତ ମହିଳାଙ୍କ ସହିତ ସେକ୍ସ ଏବଂ ପରେ ମହିଳାଙ୍କ ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି ଜଣେ ବଏଫ୍ରେଣ୍ଡ । ଏ ଭଳି ଘୃଣ୍ଯ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଅଂଚଳରେ । ଯାହାକୁ ନେଇ କାମାକ୍ଷାନଗର ପୋଲିସ ଅଭିଯୁକ୍ତ ବଏଫ୍ରେଣ୍ଡ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଛି । ଟୁକୁର ଘର ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁରେ ହୋଇଥିବା ସୂଚନା ମିଳିଥିବା ବେଳେ । ସେ ଗତ ଦୁଇ ବର୍ଷ ହେବ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୁରୁକିଆ ଗାଁର ଦିଲ୍ଲୀପ କୁମାର ଜେନାଙ୍କ ସ୍ତ୍ରୀ ସୁନିତା ଜେନାଙ୍କୁ ଭଲ ପାଇ ଆସୁଥିଲେ। ଏକ ମିସକଲରୁ ଉଭୟ ମହିଳା ଓ ଯୁବକଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା । ତେବେ ସୁନିତାଙ୍କର ଅନ୍ୟ କୌଣସି ଯୁବକଙ୍କ ସହିତ ସମ୍ପର୍କ ରହିଥିବା ସନ୍ଦେହରେ ଟୁକୁ ତାଙ୍କୁ ଚଳିତ ମାର୍ଚ୍ଚ ମାସ ୧୨ ତାରିଖ ଦିନ ମୁକ୍ତାପଶି ଗାଁ ପାଖ ଜଙ୍ଗଲ ନିକଟକୁ ଆଣି ପ୍ରଥମେ ମାଡ଼ ମାରିଥିଲା ।

ପରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କ ଉପରେ ତାଳପତ୍ର ଓ ପେଟ୍ରୋଲ ପକାଇ ନିଆଁ ଲଗେଇ ଦେଇ ଚମ୍ପଟ ମାରିଥିଲେ । ସୌଭାଗ୍ୟ ବଶତଃ ସୁନିତା ବଞ୍ଚି ଯାଇଥିଲେ । ଏବଂ ଜଙ୍ଗଲ ଭିତରୁ ଘୁଷୁରି ଘୁଷୁରି ବହୁତ କଷ୍ଟରେ ରାସ୍ତା ଓପରକୁ ପଳେଇ ଆସିଥିଲେ ଲୋକଙ୍କ ନଜର କୁ ଆସିବା ପରେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଆଯାଇଥିଲା । ଏ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ପରେ ଅଭିଯୁକ୍ତ ରବି ଓରଫ ଟୁକୁ ବିଶ୍ୱାଳକୁ ଗିରଫ କରିଥିଲା । ଏବଂ ଟୁକୁ କୁ ନେଇ ଘଟଣା ସ୍ଥଳ କୁ ଯାଇଥିଲେ କମକ୍ଷ୍ୟା ନଗର ପୋଲିସ ଓ ଯାହାକୁ ନେଇ ଅଧିକ ତଦନ୍ତ ଚଳାଇଛନ୍ତି ଜିଲ୍ଲା ସାଇଣ୍ଟିଫିକ ଟିମ ।Reporter- ପ୍ରଶାନ୍ତ କୁମାର ସାହୁ

Share this…
Share on Facebook

Facebook