ପ୍ରକାଶ ପାଇଲା ମ୍ୟାଟ୍ରିକ୍ ପରୀକ୍ଷା ସୂଚୀ

କଟକ: ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ପରୀକ୍ଷା । ସେଥି ପାଇଁ ଆଜି ପ୍ରକାଶ ପାଇଲା ମ୍ୟାଟ୍ରିକ୍ ପରୀକ୍ଷା ସୂଚୀ । ପରୀକ୍ଷା ସୂଚୀ ଅନୁଯାୟୀ ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ଭାଷା, ମେ ୨ତାରିଖରେ ଗଣିତ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ସେହିପରି ମେ ୪ ତାରିଖରେ ବିଜ୍ଞାନ,୫ ତାରିଖରେ ପ୍ରଥମ ଭାଷା ,୬ ତାରିଖରେ ୩ୟ ଭାଷା ଓ ମେ ୭ ତାରିଖରେ ସାମାଜିକ ବିଜ୍ଞାନ ହେବାକୁ ଧାର୍ଯ୍ୟ କରାଯାଇଛି ।
ଅନ୍ୟପକ୍ଷରେ ଆଜି ବୋର୍ଡ ସଭାପତି ଓ ଉପସଭାପତି ମ୍ୟାଟ୍ରିକ୍ ପରୀକ୍ଷା ରୂପରେଖ ବର୍ଣ୍ଣନା କରିଛନ୍ତି। ଗଣମାଧ୍ୟମ ସମ୍ମିଳନୀରେ ଉଭୟ କହିଛନ୍ତି, ଦଶମ ଭୋକେସନାଲ୍ ଟ୍ରେଡ୍ ଓ ଟିଏଲ୍ଭି (ଥାର୍ଡ ଲାଗୁଏଜ୍ ଭିଜୁଆଲ୍) ଛଡ଼ା ଅନ୍ୟ ସବୁ ପରୀକ୍ଷା ୮୦ ମାର୍କରେ ହେବ। ପରୀକ୍ଷା ଦୁଇ ଘଣ୍ଟା ଧରି ଚାଲିବ। ସକାଳ ଆଠଟାରୁ ପରୀକ୍ଷା ଆରମ୍ଭ ହେବ। ତେବେ ଗଣିତ ପାଇଁ ଅଧିକ ୧୫ ମିନିଟି ଦିଆଯାଇଛି। ଅର୍ଥାତ ଅନ୍ୟ ପରୀକ୍ଷା ୨ ଘଣ୍ଟା ହେଲେ ଗଣିତ ପରୀକ୍ଷା ପାଇଁ ପିଲାଏ ୨ ଘଣ୍ଟା ୧୫ ମିନିଟ୍ ପାଇବେ।

Share this…
Share on Facebook

Facebook