ସୁନା ଦୋକାନରୁ ଲୁଟ

ଭଦ୍ରକ : ସୁନା ଦୋକାନ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ।ଭଦ୍ରକ ସହର ବାଇପାସ ଠାରେ ଥିବା SP GOLD ନାମକ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କା ସୁନା ଗହଣା ଓ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଛି। ଏନେଇ ଟାଉନ ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ ମାନେ ଦୋକାନ ପଛପଟରୁ କାନ୍ଥରେ ବଡ ଗାତ କରି ଦୋକାନରେ ପଶିଥିଲେ। ଵାହାର ସୋ-କେଶରେ ସୂନା ଗହଣା ନେଇଯାଇଥିଲେ।

କ୍ୟାଶ ଡ୍ରରୁ ନଗଦ ୩ଲକ୍ଷରୁ ଅଧିକ ଟଙ୍କା ନେଇ ଯାଇଛନ୍ତି। ଲକରୁ ଗ୍ୟାସକଟର ସାହାଯ୍ୟ ରେ କାଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି। ପୋଲିସ ତଦନ୍ତ ଜାରି ରହିଛି। ଲକର ଖୋଲିଲା ପରେ ଜଣା ପଡିବ କେତେ ଟଙ୍କା ର ଚୋରି ହୋଇଛି।

Share this…
Share on Facebook

Facebook