ବାହୁବଳୀ ବିଧାୟକ ମେଡ଼ିକାଲରେ କିପରି ଅଛନ୍ତି ?

ବାଣପୁର – ବାହୁବଳୀ କଥା ମନକୁ ଆସିଲେ ମନେପଡ଼ନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ l ନିଜ କ୍ଷମତାର ଅପବ୍ୟବହାର କରି ଯିଏ ସବୁଦିନ ଚର୍ଚ୍ଚାରେ ରହିଆସୁଛନ୍ତି l ବୋଲଗଡ଼ ନିର୍ବାଚନ ମଣ୍ଡଳୀ ହେଉ ଅବା ବେଗୁନିଆ ନିର୍ବାଚନ ମଣ୍ଡଳୀ ସବୁଠି ନିଜର ଦବଙ୍ଗଗିରି ଦେଖେଇ ପ୍ରଶାସନକୁ ଡରେଇ ଧମକେଇ ନିଜର କାର୍ଯ୍ୟ ହାସଲ କରୁଥିବାର ନଜିର ରହିଛି l ନିକଟରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ମାଡମାରି ଅଣ୍ଡରଗ୍ରାଉଣ୍ଡ ମଧ୍ୟ ହୋଇଯାଇଥିଲେ l ଯେଉଁଥିପାଇଁ ଦଳ ତାଙ୍କୁ ବହିସ୍କୃତ କରିଥିଲା l ଏତେ ସବୁ ଘଟଣା ଘଟିବା ପରେବି ସୁଧୁରିନଥିଲେ ବିଧାୟକ l

ବାଣପୁର ବ୍ଲକରେ ହେବାକୁ ଥିବା ଅଧ୍ୟକ୍ଷ ପଦବୀ ନିର୍ବାଚନରେ ଯୋଗଦେବାକୁ ଆସିଥିଲେ ବିଧାୟକ l ବିଧାୟକ ମଦପିଇ ମାତାଲ ଅବସ୍ଥାରେ ନିଜେ ଗାଡି ଚଲେଇ ଆସି ସେଠାରେ ଉପସ୍ଥିତ ଥିବା ସବୁ ଦଳର କର୍ମୀ, ପୋଲିସ ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ଉପରେ ଗାଡି ଚଢ଼ାଇ ଦେଇଥିଲେ l ଯାହାଫଳରେ ଘଟଣା ସ୍ଥଳରେ 2 ସାମ୍ବାଦିକ, 9 ପୋଲିସ କର୍ମଚାରୀ ସମେତ 27 ଜଣ ଆହତ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାର ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳୁଛି l ପୋଲିସ କର୍ମଚାରୀଙ୍କ ମଧ୍ୟରେ ଖୋଦ ବାଣପୁର IIC ରଶ୍ମିରଂଜନ ସାହୁଙ୍କ ଗୋଡ ମଧ୍ୟ ଭାଙ୍ଗିଯାଇଛି l

ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିବା ସହିତ ବିଧାୟକଙ୍କୁ ନିସ୍ତୁକ ପିଟିଛନ୍ତି ଜନତା l ଯାହାଫଳରେ ବିଧାୟକଙ୍କ ମୁଣ୍ଡ ଫାଟିବା ସହିତ ଗଭୀର ଯନ୍ତ୍ରଣା ପାଇଛନ୍ତି l ତାଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳୁଛି l ଏପଟେ ଉତ୍ୟକ୍ତ ଲୋକେ ବିଧାୟକଙ୍କ ଗାଡି ଭାଙ୍ଗି ଚୁରମାର କରିଦେଇଛନ୍ତି l
ଏଠି ପ୍ରଶ୍ନ ଉଠୁଛି
1) ଯଦି ଦଳ ତାଙ୍କୁ ବହିଷ୍କାର କରିଛି ତେଵେ ସେ କାହା ଛତ୍ରଛାୟା ତଳେ କାର୍ଯ୍ୟ କରୁଛନ୍ତି l
ବାରମ୍ବାର ଏଭଳି ଭୁଲ କରୁଥିବା ବିଧାୟକଙ୍କୁ ପୋଲିସ ଗିରଫ କରୁନି କାହିଁକି?
3) ବାଲୁଗାଁରେ ଦକ୍ଷ ପୋଲିସ ଅଧିକାରୀ ଥାଉ ଥାଉ ବିଧାୟକ, ବାଲୁଗାଁରେ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡମାରି ଖସିଯିବା ନିନ୍ଦନୀୟ କଥା ନୁହେଁତ ଆଉ କଣ ?
4) ଜଣେ ଜନପ୍ରତିନିଧି ହୋଇ ନିଶାସକ୍ତ ଅବସ୍ଥାରେ ଏଭଳି ନରହନ୍ତା ଘଟଣା ଘଟାଇବା କେତେ ଦୂର ଠିକ?
5) ପ୍ରତ୍ୟେକ ଘଟଣାରେ ବିଧାୟକ ନିଜକୁ ଅସୁସ୍ଥ ଦର୍ଶାଇ ସେପଟେ ଜାମିନ ହେବାରେ ସହଯୋଗ କରୁଛି କିଏ ?
ସରକାରଙ୍କୁ ନିବେଦନ ଏଭଳି ଅମାନୁଷିକ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉଚିତ ଦଣ୍ଡ ଦିଆଯାଉ l Reporter – ରିଙ୍କୁ କୁମାର ଜାଲି

Share this…
Share on Facebook

Facebook