୨୦ ବର୍ଷର ବିଜେଡି ଗଡରେ ବାନା ଉଡାଇଲା ବିଜେପି ।

ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ୧୩ ସମିତି ବିଜେପି ହାତକୁ ନେଇ ଥିବା ବେଳେ ୯ ଟି ସମିତି ବିଜେଡି ହାତକୁ ନେଇଛନ୍ତି ସେହିପରି ସ୍ୱାଧୀନରେ ଗୋଟିଏ ସମିତି ସଭ୍ୟ ନିର୍ବାଚନ ହୋଇଥିଲେ । ଅନୁଷ୍ଠିତ ଆଜିର ସମିତି ଅଧ୍ୟକ୍ଷ ନିର୍ବାଚନ ଫଳାଫଳ ଘୋଷଣା ପ୍ରକାରେ ବିଜେପି ସମର୍ଥିତ ଏଦୁରୁ ସଞ୍ଜୁକ୍ତା ପାତ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ବିଜୟ ହାସଲ କରିଥିବା ଜଣାପଡିଛି । ଗୁଡିପଦର ପଞ୍ଚାୟତର ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ସେ କଡା ଟକ୍କରରେ ୨୯ ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ଆଜି ଅନୁଷ୍ଠିତ ପାତ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ଏ ,ସଂଯୁକ୍ତା ପ୍ରତିଦ୍ବନ୍ଦିତା କରି ୧୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀ ନାରାଦା ଶାନ୍ତାମା ଖମ୍ବାରୀ ଗାଁ ସମିତି ସଭ୍ୟା ସମିତି ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ୯ ଖଣ୍ଡ ଭୋଟ ପାଇଛନ୍ତି । ଏଦୁରୁ ସଞ୍ଜୁକ୍ତା ୫ ଖଣ୍ଡ ଭୋଟରେ ବିଜୟୀ ହାସଲ କରିଥିବା ସୂଚନା ରହିଅଛି ।

୨୦ ବର୍ଷ ଧରି ଶାସକଦଳ ବିଜେଡିର କବଜାରେ ଥିବା ପାତ୍ରପୁର ବ୍ଳକ ଅଧ୍ୟକ୍ଷ ପଦବୀ ସମ୍ପ୍ରତି ବିଜେପି କବଜାକୁ ଆସିଥିବା ନେଇ ଖବରପ୍ରଚାରିତ ପରେ ବ୍ଲକ୍ ବିଜେପିରେ ଖୁସିର ମାହଲ ଖେଳିଯାଇଛି । ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ଏହା ଏକ ପ୍ରକାର ବଡ଼ ସଫଳତା ଭାବେ ଆଲୋଚନାକୁ ଆସିଅଛି ।

ପାତ୍ରପୁର ବ୍ଳକରେ ଏହାକୁ ନେଇ ବଡ଼ ଧରଣର ପରିବର୍ତ୍ତନର ଆଶା କରାଯାଉଥିବା ବେଳେ ବହୁ ବର୍ଷ ଧରି ବ୍ଳକ ଅନ୍ତର୍ଗତ ତେଲୁଗୁ ବେଲ୍ଟରେ ସମିତି ଅଧ୍ୟକ୍ଷ ପଦବୀ ମିଳିବା ଖବର ଶୁଣି ତେଲୁଗୁ ଭାଷାଭାଷୀଙ୍କ ମହଲରେ ଉଲ୍ଲାସ ଭାବ ଦେଖିବାକୁ ମିଳିଛି ।

Share this…
Share on Facebook

Facebook