ପୁଣି ଖାକିରେ ଲାଗିଲା ଦାଗ

ମାଲକାନଗିରି: ପୁଣି ଖାକିରେ ଲାଗିଲା ଦାଗ । ଅପରାଧିକୁ ଧରିବା ବଦଳରେ ଅପରାଧର ରାସ୍ତା ବାଛିଥିଲେ ପୋଲିସ ବାବୁ । ରାତାରାତି ମାଲେମାଲ ହେବା ପାଇଁ ଖୋକି ପୋଷାକ ପିନ୍ଧି ଗଞ୍ଜେଇ ମାଫିଆଙ୍କ ସହ ହାତ ମିଳାଇଥିଲେ ପୋଲିସ ଏଏସଆଇ | ଶେଷରେ ନିଜ ବିଭାଗ ହିଁ ତାଙ୍କୁ ଗିରଫ କରିଛି । ମାଥିଲି ଥାନା କର୍ତ୍ତନପାଲ୍ଲୀ ଫାଣ୍ଡି ଏଏସ୍‌ଆଇ ଜୟଦାଶ ଖରାଙ୍କୁ ପୋଲିସ ଗିରଫ କରିଛି । ୪୨୦ କେଜି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଏଏସ୍‌ଆଇ ଜୟଦାଶ ଖରାଙ୍କ ସମେତ ଅନ୍ୟ ୩ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ପୋଲିସ ତରଫରୁ ସୂଚନା ମିଳିଛି ।

ସୂଚନାନୁଯାୟୀ ମାଲକାନଗିରି ସହରର ଏକ ଅଜ୍ଞାତ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ରଖି ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ପଠାଇବା ପାଇଁ ଗଞ୍ଜେଇ ମାଫିଆ ଯୋଜନା ଚଳାଇଥିଲେ । ଏଥି ପାଇଁ ସେମାନଙ୍କୁ ସହଯୋଗ କରୁଥିଲେ ଏଏସ୍‌ଆଇ ଜୟଦାଶ ଖରା । ଏନେଇ ଖବର ପାଇ ବିଳମ୍ବିତ ରାତିରେ ଛତିଶଗଡ ସୀମାନ୍ତରେ ପୋଲିସ ପହଞ୍ଚି ଗଞ୍ଜେଇ ଚୋରା ଚାଲାଣକାରୀ ଗ୍ୟାକେଟ୍‌ର ପର୍ଦ୍ଦାଫାସ କରିଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ଏଏସଆଇଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
ହି ଗଞ୍ଜେଇ ଚାଲାଣର ପର୍ଦ୍ଦଫାସ କରିବା ପାଇଁ ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ର ଏବଂ ଅଂଶୁମାନ ଦ୍ବିବେଦୀ ମାଷ୍ଟର ପ୍ଲାନ୍ କରିଥିଲେ । ଏଥି ପାଇଁ ଏଏସ୍‌ଆଇଙ୍କ ସହ ଯୋଗାଯୋଗରେ ମଧ୍ୟ ରହିଥିଲେ । କିନ୍ତୁ ଶେଷରେ ଏହି ଜାଲରେ ଫସି ଜଯାଇଥିଲେ ASI । ପୋଲିସ ଘଟଣାସ୍ଥଳରୁ ୪୨୦ କେଜି ଗଞ୍ଜେଇ ନଗଦ ୧୦ ହଜାର ଟଙ୍କା , ଗୋଟିଏ ଲ୍ୟାପ୍‌ଟପ୍‌ , ଗୋଟିଏ କାର୍ , ଦୁଇଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଥିବା ସୂଚନା ମିଳିଛି l

Share this…
Share on Facebook

Facebook