ବିଜୟ ନାଥ ବଅଁରପାଳ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅଧ୍ୟକ୍ଷ ଭାବେ ବିଜେଡି ର ପୁରୁଖା ତଥା ବୈଜୟଷ୍ଠ ନେତା ବିଜୟ ନାଥ। ବଅଁରପାଳ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ତଥା ବନ୍ଦା ପଞ୍ଚାୟତ ସମିତି ସଭ୍ୟ ଦୁଷ୍ମନ୍ତ କୁମାର ଗଡ଼ନାୟକ ଙ୍କୁ ୨୧-୧୩ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ତାଙ୍କର ବିଜୟ ଖବର୍ ପାଇ ଅନୁଗୋଳ ବିଧାୟକ ତଥା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ବ୍ଲକ ପରିସରରେ ପହଂଚି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ବ୍ଲକ ର ଅଧୁରା କାର୍ଯ୍ଯ କରିବା ସହ ପରିସୀମାରେ ଥିବା ପଞ୍ଚାୟତ ଗୁଡିକରେ ଉନତ କରିବା ସହ ବ୍ଲକ କୁ ରାଜ୍ଯସ୍ତରରେ ୧ନମ୍ବର କରିବାକୁ ପରାମର୍ଶଦେଇଥିଲେ।

ଶ୍ରୀ ନାଥ ୧୯୮୦ ମସିହାରେ ରାଜନୀତି କୁ ୧୯୮୪ ମସିହାରେ ସରପଞ୍ଚ ଭାବେ ଫୁଲପଡା ପଞ୍ଚାୟତ ନିର୍ବାଚିନ ଲଢ଼ି ଆଓ ପଛକୁ ଫେରି ନାହାଁନ୍ତି। କ୍ରମାଗତ ଭାବେ ୩ଥର ଓ ଦୁଇ ହଜାର ମସିହାରୁ ବ୍ଲକ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ସେ ନିର୍ବାଚିତ ହେବା ପରେ ବଅଁରପାଳ ଅଞ୍ଚଳର ବହୁକର୍ମୀ ଯୁବନେତା ଅରୁଣାଭ ସିଂ, ସମସ୍ତ ନିର୍ବାଚିତ ସରପଞ୍ଚ ଉପସ୍ଥିତ ରହି ଅଭିନନ୍ଦନ ଜଣାଇଥିଲେ।
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରୁ ପ୍ରଫୁଲ୍ଲ କୁମାର ସିଂହଙ୍କ ରିପୋର୍ଟ୍ aftab news

Share this…
Share on Facebook

Facebook