ମୟୁରଭଂଜ ଜିଲ୍ଲା ପରିଷଦ ଅଧକ୍ଷ ପଦ ହାତେଇଲା ବିଜେଡି

ମୟୁରଭଂଜ-ଗତ କିଛିଦିନ ହେଲା ପଂଚାୟତ ନିର୍ବାଚନ ଠାରୁ ଜିଲ୍ଲା ପରିଷଦ ନିର୍ବାଚନ ପର୍ଯ୍ୟନ୍ତ ମୟୁରଭଂଜ ରେ ବିଜେଡି ନିଜର ଦବ ଦବା ଜାହିର କରି ସାରି ଥିବାବେଳେ,ଆଜି ଅନୁଷ୍ଠିତ ଜିଲ୍ଲା ପରିଷଦ ଅଧକ୍ଷ ନିର୍ବାଚନ ରେ ଅଧକ୍ଷ ପଦ ପୁଣି ବିଜେଡି ଖାତା କୁ ଯାଇଛି।ମୟୁରଭଂଜ ଜିଲ୍ଲାରେ ଗତ ଜିଲ୍ଲାପରିସଦ ନିର୍ବାଚନରେ 56 ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି 53 ଟି ସିଟ ହାତେଇ ଥିଲାବେଳେ ଅନ୍ୟ ତିନୋଟି ଜେ ଏମ ଏମ ଖାତା କୁ ଯାଇ ଥିବାବେଳେ,ବିଜେପି ଖାତା ଖୋଲି ପାରି ନ ଥିଲା।

ଆଜି ବାରିପଦା ସ୍ଥିତ ପ୍ରୟାସ ହଲ ରେ ଜିଲ୍ଳା ପରିଷଦ ଅଧକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେଇଥିବାବେଳେ,ସମସ୍ଥ 56 ଜଣ ଜିଲ୍ଲା ପରିଷଦ ନିର୍ବାଚନ ରେ ଅଂଶଗ୍ରହଣ କରିଥିଲେ।ବିଜେଡି ଦଳ ପକ୍ଷରୁଭାରତୀ ହଂସଦା ଓ ଜେ ଏମ ଏମ ରୁ ବିଜାତଳା ବ୍ଲକ 32 ନୋ ଜନ ର ଜିଲ୍ଲାପାରିସଦ ବିଜେତା ମିନା ସରେନ ପ୍ରତିଦ୍ବନ୍ଦିତା କରିଥିଲେ।ହେଲେ ଶେଷରେ ସର୍ବାଧିକ ଭୋଟ ପାଇଁ ବିଜୟ ଲାଭ କରିଛନ୍ତି।

ଭାରତୀ ହଂସଦା କିଛି ମାସ ପୂର୍ବରୁବିଜେପି ଛାଡି ବିଜେଡି ରେ ଯୋଗ ଦେଇ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ର ସାମଖୁଣ୍ଟା ବ୍ଲକ ର 50 ନୋ ଜନ ରୁ ବିଜେଡି ଟିକେଟ ରେ ଜିଲ୍ଲାପାରିସଦ ସଦସ୍ୟ ଭାବେ ବିଜୟ ଲାଭ କରିଥିଲେ।

Share this…
Share on Facebook

Facebook