୫୭ ବର୍ଷର ରେକର୍ଡ ଭାଂଗିଲେ ବ୍ଲକ ଅଧକ୍ଷା ପଦବୀ l

ଗୋଳନ୍ଥରା // ରଙ୍ଗେଈଲୁଣ୍ଡା ୫୭ ବର୍ଷର ରେକର୍ଡ ଭାଙ୍ଗିଲେ ବ୍ଲକ ଅଧକ୍ଷା ପଦବୀ l ବ୍ଲକ ଅଧକ୍ଷା ପଦବୀରେ ଦ୍ୱିତୀୟ ଥର ପାଇଁ ବିଜେଡି ରୂ ଚିନି.ଉଷାରାଣୀ ଆଜି ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଛନ୍ତି l ଦିବା ୧0ଘଣ୍ଟା ସମୟରେ ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସ ସମେତ ଅଧକ୍ଷା ପାର୍ଥୀନୀ ଚିନି. ଉଷାରାଣୀ ସମେତ ପ୍ରସ୍ତାବକ ଓ ସମର୍ଥକ ବିଶ୍ୱନାଥପୁର ସମିତିସଭ୍ୟା ବିଷ୍ଣୁପ୍ରିୟା ନାୟକ,କୋଠାରସିଂ ସମିତି ସଭ୍ୟ ଆଶିଷ ରାଉଳ ଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ l ସେଠାରୁ ମୁଖ୍ୟମନ୍ତ୍ରୀଙ୍କ ପଠାଯାଇଥିବା ବନ୍ଦ ଲଫାଫା ଖୋଲି ଉଷାରାଣୀ ଙ୍କ ନାମ ଘୋଷଣା କରିଥିଲେ l ସାଢେ ଦଶ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ l ସାଢେ ଦଶରୁ ସାଢେ ୧୧ ଯାଏଁ ପାର୍ଥୀପତ୍ର ଦାଖଲ କରିବା ସମୟ ଥିଲେ ମଧ୍ୟ ଅନ୍ୟ କେହି ପାର୍ଥୀ ପତ୍ର ଦାଖଲ କରିନଥିବାରୁ ବିଜେଡି ସମର୍ଥକ ମାନେ ସାଢେ ଏଗାରଟାରେ ବାଣ ଫୁଟା ଆରଂଭ କରିଥିଲେ l ଠିକି ସାଢେ ୧୨ଟାରେ ଅନ୍ୟ ସମିତି ସଭ୍ୟା ବ୍ଲକରେ ପହଂଚିଥିଲେ l ଗୋଟାଏ ବେଳେ ଯାଞ୍ଚ, ପ୍ରତିହାର କାର୍ଯ୍ୟକ୍ରମ ସାରିବା ପରେ ଚିନି. ଉଷାରାଣୀଙ୍କୁ ଅଧ୍ୟକ୍ଷା ଭାବେ ଘୋଷଣା କରାଯାଇଥିଲା l ଘୋଷଣା ବେଳେ ରଙ୍ଗେଈଲୁଣ୍ଡା ବ୍ଲକର ୩୨ଟି ପଂଚାୟତରୁ ୩0ଟି ସମତି ସଭ୍ୟ/ସଭ୍ୟା ଉପସ୍ଥିତ ରହିଥିଲେ l

ଏଥିରୁ ସ୍ୱଷ୍ଟ ଜଣାପଡୁଛି ଯେ ବିଜେପିର ୩୨ଟି ପଞ୍ଚାୟତ ମାତ୍ର ୨ଟି ସମିତି ସଭ୍ୟ ରହିଥିବା ଜଣାପଡିଛି l ଯାହା ଫଳରେ ୫୭ ବର୍ଷର ଇତିହାସ ବଦଳିଛି l ପୂର୍ବରୁ କେହି ୨ଥର ସମିତି ଅଧକ୍ଷ ହୋଇନଥିବା ବେଳେ ଵର୍ତମାନ ଏହା ଦେଖିବାକୁ ମିଳିଛି l ଦୀର୍ଘ ୫୭ ବର୍ଷର ପ୍ରତୀକ୍ଷା ପରେ ରାଜନୈତିକ ସମୀକରଣ ବଦଳିଛି । ଆଉ ଲଗାତାର ଭାବେ ଶାସକ ବିଜେଡି ଏଠାରୁ ଜଣେ ଦ୍ବିତୀୟ ଥର ପାଇଁ ବ୍ଲକ୍ ଅଧ୍ୟକ୍ଷ ପଦବିକୁ ହାତେଇ ଏହି ଧାରାକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ ବର୍ତ୍ତମାନ ଏହି ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ଚାରିଆଡ଼େ ଚର୍ଚ୍ଚା। ୧୯୬୫ ମସିହାରେ ରଙ୍ଗେଇଲୁଣ୍ଡା ବ୍ଲକ୍ ଗଠନ ହୋଇଥିଲା। ହେଲେ ଯେଉଁମାନେ ବହୁମତ ହାସଲ କରି ଏଠି ଅଧକ୍ଷ ଅଧକ୍ଷା ପଦବି ହାତେଇଥିଲେ ସେମାନଙ୍କ ରାଜନୈତିକ କ୍ୟାରିୟର‌୍‌ର ପରିସମାପ୍ତି ଘଟିଛି। ଯେଉଁ ବ୍ୟକ୍ତି ଥରେ ଏହି ପଦରେ ବସିଛି, ସେମାନଙ୍କ କାର୍ଯ୍ୟକାଳ ସମାପ୍ତ ପରେ ସେମାନେ ନିଜକୁ ରାଜନୈତିକ କ୍ଷେତ୍ରରେ ଆଉ ପ୍ରତିଷ୍ଠିତ କରିବାକୁ ସମର୍ଥ ହୋଇ ପାରିନଥିବା ବେଳେ ଉଷାଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇଛି l

୨୦୧୭ରେ ବିଜେଡିରୁ ଚିନି.ଉଷାରାଣୀ ଅଧ୍ୟକ୍ଷ ପଦ ହାସଲ କରିଥିଲେ। ସେତେବେଳେ ସେ ନୂତନ ଭାବେ ରାଜନୀତିରେ ପାଦ ଥାପିଥିଲେ। ଏହାମଧ୍ୟରେ ପୁଣି ନିର୍ବାଚନ ଆସିଥିବା ବେ‌ଳେ ଉଷାରାଣୀ ନିଜ ପଞ୍ଚାୟତ ରୂ ପାର୍ଥୀ ନହୋଇ ମନ୍ତ୍ରିଡ଼ି ପଂଚାୟତରୁ ସମିତିସଭ୍ୟା ପ୍ରାର୍ଥିନୀ ଭାବେ ଛିଡା ହୋଇ ବିଜୟୀ ଲାଭ ହୋଇଥିଲେ । ଆଉ ପୂର୍ବ ଧାରାକୁ ଭାଙ୍ଗି ବିଜେଡି ପୁଣି ଅଧ୍ୟକ୍ଷା ପଦବି ଉପରେ ନଜର ପକାଇବା ଏହି ରଣନୀତିରୁ ସଫଳ ହୋଇଥିଲେ l ଏ ସମ୍ପର୍କରେ ଉଷା କହିଛନ୍ତି ମୁଖ୍ୟମନ୍ତ୍ରୀ ମତେ ଦ୍ୱିତୀୟଥର ପାଇଁ ଏହି ଆସନ ନିମନ୍ତେ ଚୟନ କରିଥିବାରୁ ପ୍ରଥମେ ମୁ ନବୀନ ବାବୁଙ୍କୁ ଧନ୍ୟବାଦ ଜଣେଇବା ସହ ତାଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସଙ୍କୁ ମଧ୍ୟ ଧନ୍ୟବାଦ ଜଣେଇବା ସହ ବ୍ଲକର ସମସ୍ତ ଜନସାଧାରଣଙ୍କ ନିବେଦନ ଆସନ୍ତୁ ସମସ୍ତେ ମିଶି ନବୀନ ସରକାରଙ୍କ ବିକାଶ ମୂଳକୁ କାର୍ଯ୍ୟକ୍ରମୁକୁ ଆଗକୁ ନେବାକୁ ନିବେଦନ କରିଛନ୍ତି l l

Share this…
Share on Facebook

Facebook