ବଅଁରପାଳ ଥାନା ଅଞ୍ଚଳରେ ଚୋରା କୋଇଲା ବୋଝେଇ ଟ୍ରକ୍ ଜବତ

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରୁ ଆଜି ଏକ ଚୋରା କୋଇଲା ବୋଝେଇ ଟ୍ରକ କୁ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଥାନା ଅଧିକାରୀ ଶ୍ରୀ ନରେଶ ସାହୁ ଙ୍କ ସୂଚନା ଅନୁଯାଇ ରାତ୍ର ସମୟରେ ବଅଁରପାଳ ଥାନା ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ କୋଇଲା ବୋଝେଇ ଓଡି ୧୯ ଏନ ୩୫୪୨ ୧୨ଚକିଆ ଟ୍ରକ ଯାଉଥିବା ବେଳେ ସନ୍ଦେହ ଜନକ ଭାବେ ଗାଡିକୁ ଅଟକାଇବା ସହ କାଗଜ ପତ୍ର ମାଗିବା ବେଳେ ଡ୍ରାଇଭର ପକ୍ଷରୁ କୌଣସି ପ୍ରାମାଣିକ କାଗଜ ପତ୍ର ଦେଖେଇ ପାରି ନ ଥିଲେ।

ଘଟଣା ସ୍ଥଳ ରୁ ଡ୍ରାଇଭର କୁ ଗିରଫ କରିବା ସହ ଚୋରା କୋଇଲା ବୋଝେଇ ୧୨ ଚକିଆ ଟ୍ରକ୍ ଯେଉଁ ଥିରେ କି ପ୍ରାୟ ୨୮ ଟନ ରୁ ଉର୍ଦ୍ଧ କୋଇଲା ଲୋଡ୍ ହୋଇଥିବା ଗାଡିକୁ ଥାନା କୁ ଆଣି ଥିଲେ। ଆଜି ଥାନା ପକ୍ଷରୁ ଏସ୍ଆଇ ସତୀଶ କୁମାର ଲେଙ୍କା ଙ୍କ ନେତୃତ୍ବରେ ଏକ କେସ୍ ନଂ ୯୪/୧୦.୦୩.୨୦୨୨ ଦଫା ୩୭୯/୩୪ RW sec ୧୨ MM ect ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଗିରଫ ଡ୍ରାଇଭର କୁ କୋର୍ଟ ଚାଲାଣ କରାଯାଇଛି।ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରୁ ପ୍ରଫୁଲ୍ଲ କୁମାର ସିଂହଙ୍କ ରିପୋର୍ଟ୍

Share this…
Share on Facebook

Facebook