ନୂଆହତା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀମତୀ ରୁନୁ ବାଳା ଧିର

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀମତୀ ରୁନୁ ବାଳା ଧିର ପଞ୍ଚାୟତ ବାସୀଙ୍କର ଅଧୁରା ସ୍ଵପ୍ନ କୁ ପୂରଣ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଲୋକମାନଙ୍କର ମୌଳିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵ ଦେଇ ଲୋକମାନଙ୍କ ସହ ସଦା ସର୍ବଦା ଜଡିତ ରହିବେ ବୋଲି କଥା ଦେଇଛନ୍ତି ସରପଞ୍ଚ ଭାବେ ଲୋକମାନେ ତାଙ୍କୁ ଚୟନ କରିଥିବାରୁ ଲୋକଙ୍କ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଏକ ନୂତନ ପଞ୍ଚାୟତ ଗଠନ କରିବାକୁ ‘ଲକ୍ଷ୍ୟ ରଖିଛନ୍ତି

ମୁଖ୍ୟ ସମସ୍ୟା ଉପରେ ଗୁରୁତ୍ଵ ଦେବି ଯେପରି କି ଆଲୋକୀକରଣ, ରାସ୍ତା,ପାନୀୟଜଳ, ପୋଖରୀ ପୁନଃରୁଦ୍ଧାର ଶିକ୍ଷା, ସ୍ଵାସ୍ଥ୍ୟ

ଏଥିରେ ମୁଖ୍ୟ ସମ୍ମାନୀୟ ଅତିଥି ଭାବେ ସମାଜସେବୀ ଅଶୋକ କୁମାର ଧିର, ଯୁବ ସମାଜସେବୀ ମହେନ୍ଦ୍ର କୁମାର ଦଳବେହେରା, ବରିଷ୍ଟ ନେତା ଶିବରାମ ମାଝି, ପ୍ରକାଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ରୁ ପ୍ରଫୁଲ୍ଲ କୁମାର ସିଂହଙ୍କ ରିପୋର୍ଟ୍ aftab news

Share this…
Share on Facebook

Facebook