ଘରେ ନିଆଁ ଲାଗି ପୋଡିଗଲା ୭ ବଖରା

ସାରସକଣା ବ୍ଳକ ଅନ୍ତର୍ଗତ ଧାଙ୍ଗୁଡିଶୋଳ ପଞ୍ଚାୟତ ସ୍ଥିତ ସାଦସାହି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ସାଦସାହି ଗ୍ରାମର କିଛି ଯୁବକ ନିଆଁ ଜାଳୁଥିବା ସମୟରେ ନିଆଁ ଝୁଲ ଆସି କୁଟା ଘର ମଧ୍ୟରେ ପଡ଼ିଥିଲା ଫଳରେ ୭ ଟି ଘରେ ନିଆଁ ଲାଗିଯାଇଥିଲା । ଦମକଳ କେନ୍ଦ୍ରକୁ ସ୍ଥାନିୟ ଲୋକେ ସୂଚନା ଦୋବା ପରେ ଦମକଳ ଗାଡି ଆସି ନିଆଁ କୁ ଆୟତ କରିଥିଲେ ।

ଘରର ସମସ୍ତ କାଗଜପତ୍ର, ରୋଷେଇ ସାମଗ୍ରୀ , ଲୁଗାପଟା ସବୁ ପୋଡ଼ି ଯାଇଥିଲା । ତେବେ ଘଟଣା ସ୍ଥଳରେ ସାରସକଣା ବି.ଡି.ଓ ଯାଇ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ ।
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook