ଝାଡଖଣ୍ଡ ରୁ ସୋର ଚୋରା ଜିଞ୍ଜରର ଲମ୍ବିଛି ଚେର।

 

ସୋର: ଝାଡଖଣ୍ଡ ରୁ ସୋର ଚୋରା ଜିଞ୍ଜରର ଲମ୍ବିଛି ଚେର। ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ନିକଟରୁ ୧୩୫ ଲିଟର ଜିଞର୍ ଜବତ ଜଣେ ଗିରଫ ।

ସୁଚନା ଅନୁସାର ଖଇରା ବ୍ଲକ୍ ସାଉଣ୍ଡିଆ ଭାଟପଡା ଅଞ୍ଚଳର ବୌକୁଣ୍ଠ ବିଶ୍ବାଳ ଝାଡଖଣ୍ଡରୁ ଚୋରାରେ ଜିଞର୍ ଆଣି ସୋର ଥାନା ତଳନଗର ନିକଟରେ ଏକ ସ୍ଥାନରେ ୧୩୫ ଲିଟର ଜିଞର୍ ବେଆଇନ୍ ଭାବେ ବିକ୍ରି ପାଇଁ ଲୁଚାଇ ରଖିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ସୋର ଅବକାରି OIC ଲକ୍ଷେସାଧବ ପ୍ରଧାନ ଏବଂ ତାଙ୍କ ଟିମ୍ ଚଢାଉ କରି ୩୦୦ ବୋତଲ ଜିଞର୍ ଯାହା ୧୩୫ ଲିଟର ହେବ ଜବତ କରିବା ସହ ବୌକୁଣ୍ଠ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Share this…
Share on Facebook

Facebook