ଭଦ୍ରକରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ

ଭଦ୍ରକ-  ଭଦ୍ରକ ଗସ୍ତରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ|ଆଜି ସକାଳ 11 ଘଟିକାରେ ସାଳନ୍ଦୀ ଆଇ ବି ରେ ପହଂଚିବା ପରେ ପ୍ରଥମେ ମାନାନୀୟ ସାଂସଦ ମଞ୍ଜୁଲତା ମଣ୍ଡଳ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ କୀଛି ସମୟ ବିଶ୍ରାମ ପରେ ବାସୁଦେବପୁର ଏଡତାଳର ପବନକ୍ଷେତ୍ର ଜଗନ୍ନାଥ ମଦିରରେ ଜଗନ୍ନାଥ ମୋହତ୍ସବ ରେ ଯୋଗଦେବା ସହ ଅପରାହ୍ନ 4 ଟାରେ ତିହିଡି ତାଳପଦା ସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠରେ ପହଂଚି କାନ୍ତ କବିଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ,ତତ୍ପରେ ଦୋଳସାହି ସ୍ଥିତ ଆର ଏନ ଉଚ୍ଚବିଦ୍ୟାଳୟରେ ହେଉଥିବା ପ୍ଳାଟିନମ ଜୟନ୍ତୀ ରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମର ଶେଷରେ ଜାତୀୟ ସଂଗୀତା ଗାନକରାଯାଇଥିଲା |

ସଂଧ୍ୟା 5:50 ରେ ସାଳନ୍ଦୀ ଆଇ ବି ରେ ପହଂଚି କିଛି ସମୟର ବିଶ୍ରାମ ପରେ ସଂଧ୍ୟା 6:10 ରେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନାଙ୍କ ସହ ଅନେକ ବିଭାଗୀୟ ଅଧିକାରୀ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପରେ ସଂଧ୍ୟା 6:15 ରେ ରାଜଭବନ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ |ରାଜ୍ୟପାଳଙ୍କ ଏହି ଗସ୍ତରେ ସାରା ଭଦ୍ରକ ବାସି ଖୁସି ବ୍ୟକ୍ତ କରିବା ସହ ରାଜ୍ୟପାଳଙ୍କ ପ୍ରତେକ କାର୍ଯ୍ୟକ୍ରମରେ ମାନନୀୟା ସାଂସଦ ମଞ୍ଜୁଲତା ମଣ୍ଡଳ ଉପସ୍ଥିତ ଥିଲେ |

Share this…
Share on Facebook

Facebook