ପଞ୍ଜାବରେ ବୁଲିଲା ଝାଡ଼ୁ !

ଅମୃତସର: ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ ସରକାର ଗଠନ କରିବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଦଳ ମ୍ୟାଜିକ ନମ୍ବର ହାସଲ କରି ସାରିଥିବାରୁ ଆପ୍ ଭଗୱନ୍ତ ସିଂହ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଏହି ଐତିହାସିକ ବିଜୟ ପରେ ମାନ ପଞ୍ଜାବବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିବା ରାଜନେତାଙ୍କ ଠାରୁ କିଛି ଭିନ୍ନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସାଧାରଣତଃ ମୁଖ୍ୟମନ୍ତ୍ରୀ ଭାବେ ରାଜନେତାମାନେ ରାଜଭବନରେ ଶପଥ ନିଅନ୍ତି। ହେଲେ ମାନ ଶପଥ ପାଠ କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମୀ ଭଗବତ ସିଂହ ଗାଁରେ କରିବେ। ଏଥିପାଇଁ ନୱାନଶହର ଜିଲ୍ଲାରେ ଥିବା ଖାଟକର କଲାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମରେ ଭଗୱନ୍ତ ସିଂହ ମାନ ପଞ୍ଜାବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଖାଟକର କଲାନ ହେଉଛି ଭଗତ ସିଂହଙ୍କ ପୈତୃକ ଗାଁ।

ସେହିପରି ତାଙ୍କ ଶାସନକାଳରେ ପଞ୍ଜାବର କୌଣସି ସରକାରୀ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ ନାହିଁ ବୋଲି ସେ କହିଛନ୍ତି। ପୂର୍ବରୁ ପଞ୍ଜାବରେ ଏହି ପରମ୍ପରା ରହି ଆସିଥିଲା। ଆଜି ମାନ ଧୁରୀ ଆସନରୁ ୫୮ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ନିଜର ବିଜୟୀ ଭାଷଣରେ ସେ କହିଛନ୍ତି, “ଶପଥ ପାଠ କାର୍ଯ୍ୟକ୍ରମ ରାଜ ଭବନରେ ହେବନାହିଁ। ଶପଥପାଠ କାର୍ଯ୍ୟକ୍ରମ ଖାଟଖରକାଲାନରେ ହେବ। ଶପଥପଠ କାର୍ଯ୍ୟକ୍ରମ କେବେ ହେବ, ତା ତାରିଖ ପରବର୍ତ୍ତୀ ଅବସ୍ଥାରେ ଘୋଷଣା କରାଯିବ। କୌଣସି ସରକାରୀ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଭଗତ ସିଂହ ବିଆର ଆମ୍ବେଦକରଙ୍କ ଫଟୋ ରହିବ।

Share this…
Share on Facebook

Facebook